ଜଙ୍ଗଲରୁ ମିସାଇଲ୍‌ ବେସ୍‌କୁ ବ୍ୟାପିଗଲା ନିଆଁ, ରାଗରେ ଏବେ ଅଧିକାରୀଙ୍କ ବଳି ଚଢ଼ାଇବେ କିମ୍‌ ଜୋଙ୍ଗ !

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬/୧୧: ଉତ୍ତର କୋରିଆର ଏକ ଜଙ୍ଗଲରେ ଲାଗିଥିବା ନିଆଁରେ ହୋଇଥିବା କ୍ଷତିର ଭରଣା କିଛି ଲୋକ ଜୀବନ ଦେଇ କରିବେ। ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ଉତ୍ତର କୋରିଆର ଏକ ମହତ୍ବପୂର୍ଣ୍ଣ ମିସାଇଲ୍‌ ବେସ୍‌ କ୍ଷତିଗ୍ରସ୍ତ ହୋଇଛି। ଏଭଳି ଏକ ଘଟଣାକୁ ନେଇ ରାଗରେ ଗର ଗର ହେଉଛନ୍ତି ଦେଶର ଶାସକ କିମ୍‌ ଜୋଙ୍ଗ ଉନ୍‌।

{"id":368226,"sizeSlug":"large"}

ଏହି ଘଟଣାରେ ଖୁବଶୀଘ୍ର କିମ୍‌ କାର୍ଯ୍ୟନୁଷ୍ଠାନ ନେଇପାରନ୍ତି ବୋଲି ସୂଚନା ମିଳିଛି। ଯଦିଓ ଏଥିରେ କୌଣସି ଅଧିକାରୀଙ୍କ ଭୁଲ ନାହିଁ କିନ୍ତୁ ସେମାନଙ୍କ ଜୀବନ ଉନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଲାଗିଥିବା ଭୀଷଣ ନିଆଁ ଯୋଗୁ ଜଙ୍ଗଲରେ ଥିବା ଶହ ଶହ ବର୍ଷର ପୂରୁଣା ଗଛ ସହ ଅନ୍ୟ ଗଛ ସବୁ ପୋଡ଼ି ପାଉଁଶ ହୋଇଯାଇଛି।

ତେବେ ମିସାଇଲ୍‌ ବେସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଯାଇ ବହୁ ଲୋକ ଗୁରୁତର ହୋଇଛନ୍ତି। ଏହି ଅଞ୍ଚଳରେ ଏମର୍ଜେନ୍ସି ଲାଗୁ କରିଦିଆଯାଇଛି। ଏହି ଘଟଣାରେ ବହୁ ଅଧିକାରୀ ନିଜର ଜୀବନ ହରାଇବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି।

ଉତ୍ତର କୋରିଆର ଜଣେ ବିଶେଷଜ୍ଞ ଜ୍ୟାକବ ବେଗଲନେଙ୍କ ମତରେ ଯେଉଁ ମିସାଇଲ୍‌ ବେସ୍‌ କଥା କୁହାଯାଉଛି ତାହା ସୋହାଏ ସାଟେଲାଇଟ୍‌ ଲଞ୍ଚିଂ ଷ୍ଟେସନ୍‌। ଏହା ଉତ୍ତର କୋରିଆର ଓ୍ବେଷ୍ଟ କୋଷ୍ଟରେ ଅବସ୍ଥିତ ଓ ଏହା ଚୀନ ସୀମାରୁ ୬୦ ମାଇଲ୍‌ ଦୂରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.