Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦିଲ୍ଲୀ ଦଙ୍ଗାକୁ ବର୍ଷେ : ଡ୍ରେନ୍‌ରେ ଭାସୁଥିଲା କୁଢ କୁଢ ଶବ, ରୁଜୁ ହୋଇଥିଲା ୭୫୫ FIR

22/02/2021 at 9:23 PM

ନୂଆଦିଲ୍ଲୀ ୨୨/୦୨ : ଦିଲ୍ଲୀ ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ଦଙ୍ଗାକୁ ବର୍ଷେ ପୂରିଛି । ଆଜି ବି ସେହି ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଲେ ଦେହ ଶିହରୀ ଉଠେ । ସେହି ସମୟରେ କେନ୍ଦ୍ର ସରକାରଙ୍କ ସିଏଏ ବିରୁଦ୍ଧରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ପରବର୍ତ୍ତୀ ସମୟରେ ଦଙ୍ଗାରେ ପରିଣତ ହୋଇଥିଲା । ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାକାରୀମାନେ ତାଣ୍ଡବ ଲୀଳା ରଚିଥିଲେ । ଅନେକ ସଂଖ୍ୟାରେ ଦୋକାନ ଏବଂ ଘରଗୁଡିକରେ ନିଆଁ ଲଗାଇଦେଇଥିଲେ ଦଙ୍ଗାକାରୀ ।

Delhi riots were planned and targeted, there was deliberate inaction by  police: Report | Deccan Herald

୨୩ ରୁ ୨୬ ଫେବୃଆରୀ ୨୦୨୦ ମଧ୍ୟରେ ହୋଇଥିବା ଦଙ୍ଗାରେ ପ୍ରାୟ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଦିଲ୍ଲୀ ହାଇକୋର୍ଟରେ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବିଜ ଅନୁଯାୟୀ ଦଙ୍ଗାରେ ୪୦ ଜଣ ମୁସଲମାନ ଏବଂ ୧୩ ଜଣ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପ୍ରାୟ ୫୮୧ ଜଣ ଆହତ ହୋଇଥିଲେ । ମୋଟ ୭୫୫ଟି ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା ।

Every one appears to be armed in violence-hit Northeast Delhi | ummid.com

ଦିଲ୍ଲୀ ଦଙ୍ଗା ଘଟଣାର ତଦନ୍ତ ପାଇଁ ୩ଟି ଏସ୍‌ଆଇଟି ଟିମ୍‌ ଗଠନ କରିଥିଲା ପୋଲିସ । କ୍ରାଇମ ବ୍ରାଞ୍ଚ୍‌କୁ ୬୦ଟି ମାମଲା ହସ୍ତାନ୍ତର କରାଯାଇଥିଲା । ଏହା ସହିତ ସ୍ପେଶାଲ ସେଲ୍‌କୁ ମଧ୍ୟ ଗୋଟିଏ କେସ୍‌ର ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା । ଦଙ୍ଗା ଘଟଣାର ଯାଞ୍ଚ ବେଳେ ମୋଟ ୧୮୧୮ ଜଣଙ୍କୁ ଗିରଫ କରାଯାଇଥିଲା । ପରେ କିଛି ଲୋକଙ୍କୁ ଛାଡିଥିଲା ପୋଲିସ ।

Godhra riots SIT judge MK Dave transferred

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉନ୍ନତମାନର ଟେକ୍ନୋଲୋଜିର ସହାୟତା ନେଇଥିଲା ପୋଲିସ । ଜିଓ ଲୋକେସନ୍‌ ଟ୍ରାକ୍‌ କରିବା, ଡିଏନ୍‌ଏ ଟେଷ୍ଟ, ଫିଙ୍ଗର ପ୍ରିଣ୍ଟ୍‌ ଏବଂ ଡ୍ରୋନ୍‌ର ସହାୟତା ନେଇଥିଲା ପୋଲିସ । ଫେସିଆଲ ରିକନ୍ସଣ୍ଟ୍ରକ୍‌ସନ୍‌ ଜରିଆରେ ଅନେକ ଅଭିଯୁକ୍ତଙ୍କୁ ଧରିବା​‌ରେ ସକ୍ଷମ ହୋଇଥିଲା ପୋଲିସ । ଏହା ବାଦ ସିସିଟିଭି ଫୁଟେଜ୍‌ରୁ ସାହାଯ୍ୟରେ ପ୍ରାୟ ୨୩୧ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲା ।

   Related Posts