ରାଜଧାନୀରେ ଭୁଶୁଡିଲା କୋଠା, ଅନେକ ଲୋକ ଦବିରହିଥିବା ଆଶଙ୍କା

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ରାଜଧାନୀ ଦିଲ୍ଲୀରେ ୭୫ ବର୍ଷେର ରେକର୍ଡ ଭାଙ୍ଗିଛି ବର୍ଷା । ଲଗାଣ ବର୍ଷାରେ ବେହାର ହୋଇଛି ରାଜଧାନୀ । ରାସ୍ତା ଘାଟ ଜଳାର୍ଣ୍ଣବ, ବିମାନବନ୍ଦରେ ବି ପଶିଛି ପାଣି । ଫଳରେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇପଡିଛି । ତେବେ କିଛି ସ୍ଥାନରେ ପୁରୁଣା ଘର ସବୁ ରହିଥିବାରୁ ଘରେ ରହିବା ମୁସ୍କିଲ ହୋଇପଡିଛି । ଏପିସ୍ଥିତିରେ ଉତ୍ତର ଦିଲ୍ଲୀର ସବଜୀ ମଣ୍ଡିରେ ଥିବା ୩ ମହଲା କୋଠା ଭୁଶୁଡ଼ି ପଡିଛି ।

ତେବେ କୋଠା ତଳେ ଅନେକ ଫସିରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦେଖହାରୀଙ୍କ କହିବା ଅନୁୟାୟୀ କିଛଇ ଲୋକ କୋଠା ତଳେ ଦବି ରହିଛନ୍ତି । ଏପରିକି କିଛି ଗାଡି ମଧ୍ୟ ଦବିଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ କୌଣସି କ୍ଷୟକ୍ଷତି ନେଇ ଏଯାଏଁ କୌଣସି ଖବର ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.