ସିଓଲ ବିରୋଧି ଆଭିମୁଖ୍ୟ ହେଲା ତୀବ୍ର, ଦୁଇ ଦେଶ ମଧ୍ୟରେ ଥିବା ଯୋଗାଯୋଗ କାର୍ଯ୍ୟାଳୟକୁ ଉଡାଇଦେଲା ଉତ୍ତର କୋରିଆ

Published By : Prameya-News7 Bureau | June 16, 2020 IST

ସିଓଲ, ୧୬|୦୬ ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମାରେ ଥିବା ଯୋଗାଯୋଗ କାର୍ଯ୍ୟାଳୟରୁ ଧ୍ୱଂସ କରିଦେଇଛି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ହେଉଥିଲା । ଫଳରେ ଉଭୟ ରାଷ୍ଟ୍ର ମଧ୍ୟରେ ପୁଣି ଥରେ ଶତ୍ରୁତା ବୃଦ୍ଧି ପାଇଛି । ଏନେଇ ଉତ୍ତର କୋରିଆର ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ ସୂଚନା ଦେଇଛି ।

ଉତ୍ତର କୋରିଆ ଗଣମାଧ୍ୟମର ସୂଚନାନୁସାରେ, ଏହି କାର୍ଯ୍ୟାଳୟକୁ ବିସ୍ପୋରଣ କରି ଧ୍ୱଂସ କରିଦିଆଯାଇଛି । ଉତ୍ତର କୋରିଆରେ ଉଭୟ ଦେଶକୁ ବିଭାଜିତ କରୁଥିବା ଡିମିଲିଟ୍ରାଇଡ୍ ଜୋନର ୧୦ କିମି ଦୂରରେ କାସୋଙ୍ଗଙ୍କ ସଂଯୁକ୍ତ ଔଦ୍ୟଗିକ ପରିସର ସହ ସମ୍ପର୍କ ସ୍ଥାପନା ପାଇଁ ଏହି କାର୍ଯ୍ୟଳୟକୁ ନିର୍ମାଣ କରାଯାଇଥିଲା । ୨ ବର୍ଷ ପୂର୍ବରୁ ଏହାକୁ ନିର୍ମାଣ କରାଯାଇଥିଲା । ଦକ୍ଷିଣ କୋରିଆର ବିଭିନ୍ନ କମ୍ପାନୀ ଏହି କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ କାରଖାନାକୁ ସଞ୍ଚାଳନ କରିଥାଏ । ତେବେ ଗତ ଜାନୁଆରୀରେ କରୋନା ସଂକ୍ରମଣ ରୋକିବା ପାଇଁ ଏହି କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା ।

ଏହି ବିସ୍ଫୋରଣ ପରେ ସୀମାବର୍ତ୍ତୀ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଏପରିକି ଉତ୍ତର କୋରିଆ ସେନା ଦକ୍ଷିଣ କୋରିଆର କିଛି ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା । ଗତ ସପ୍ତାହରେ ଉତ୍ତର କୋରିଆ ଦକ୍ଷିଣ କୋରିଆର ସୈନ୍ୟ କାର୍ଯ୍ୟାଳୟ, ରାଷ୍ଟ୍ରପତି କାର୍ଯ୍ୟାଳୟ ସହ ସମ୍ପର୍କ ଛିନ୍ନ କରିଥିଲା ।

ସୂଚନାଯୋଗ୍ୟ, ୨୦୧୮ରେ ପନମୁନଜୋମରେ ଉଭୟ କୋରିଆର ନେତାଙ୍କ ମଧ୍ୟରେ ଆଲୋଚନା ପରେ ଏହି କାର୍ଯ୍ୟାଳୟକୁ ପ୍ରତିଷ୍ଠା କରାଯାଇଥିଲା । ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସମ୍ପର୍କକୁ ଆଗକୁ ବଢାଇବେ ବୋଲି ସହମତି ପ୍ରକାଶ କରିଥିଲେ । ଏଥିରେ ପରମାଣୁକରଣ ଓ ସୈନ୍ୟ ଶତ୍ରୁତାକୁ ଶେଷ କରିବା ପ୍ରସଙ୍ଗ ମଧ୍ୟ ସାମିଲ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.