Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଶିଷ୍ଟ ଆମେରିକୀୟ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ନର୍ମାନ ଲୟଡଙ୍କ ପରଲୋକ, ମୃତ୍ୟୁ ବେଳକୁ ହୋଇଥିଲା ୧୦୬ ବର୍ଷ

12/05/2021 at 5:09 PM

କାଲିପର୍ଣ୍ଣିଆ ୧୨/୫: ଆମେରିକୀୟ ଅଭିନେତା, ନିର୍ମାତା ଏବଂ ନିର୍ଦେଶକ ନର୍ମାନ ଲୟଡଙ୍କ ପରଲୋକ।  ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା। ଲୟଡଙ୍କ ପୁଅ ମାଇକେଲ୍‌ ପିତାଙ୍କ ନିଧନ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ଲସ୍‌ଆଞ୍ଜେଲସ୍‌ ସ୍ଥିତି ବ୍ରେଣ୍ଟଓଡ ବାସଭବନରେ ଲୟଡ୍‌ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବର୍ଷୀୟାନ ଅଭିନେତା ଲୟଡ୍‌ ଥିଏଟର, ଟିଭି ଏବଂ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

କୁହାଯାଏ ଲୟଡଙ୍କ ପ୍ରସିଦ୍ଧିର ଯାତ୍ରା ୧୯୩୯ର ଟିଭି ଡ୍ରାମା ‘ଅନ ଦି ଷ୍ଟ୍ରିଟ୍ସ ଅଫ୍‌ ନ୍ୟୁୟର୍କ’ରୁ ଆରମ୍ଭ ହେବା ସହ ଏକବିଂଶ ଶତାବ୍ଦୀର ‘ମଡର୍ଣ୍ଣ ଫ୍ୟାମିଲି’ ଏବଂ ‘ଦି ପ୍ରାକ୍ଟିସ୍‌’ ପର୍ଯ୍ୟନ୍ତ ଚାଲିଥିଲା। ନର୍ମାନ ଲୟଡ୍‌ ନ୍ୟୁଜର୍ସିର ଜର୍ସି ସହରରେ ୮ ନଭେମ୍ବର ୧୯୧୪ରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୨୦​‌ରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ସେ ସବୁବେଳେ ‘ମର୍କ୍ୟୁରି ଥିଏଟର’ରେ ନଜର ଆସୁଥିଲେ। ୧୯୩୦ ମସିହାରେ ‘ସିଟିଜେନ୍‌ କେନ୍‌’ ମାଧ୍ୟମରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଏଥିରେ ଜୋସେଫ କଟନ୍‌ ଏବଂ ଆଜନେସ୍‌ ମୁରହେଡ୍‌ ମଧ୍ୟ ଅଭିନୟ କରିଥିଲେ।  

ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଲୟଡଙ୍କ ଥିଏଟର, ଟିଭି ଏବଂ ଫିଲ୍ମ ଦୁନିଆ ପ୍ରତି ବହୁ ଅବଦାନ ଥିବା ବେଳେ ସେ ଚାର୍ଲି ଚାପଲିନଙ୍କ ସହ ମଧ୍ୟ ଅଭିନୟ କରିଥିଲେ। ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିବା ଫିଲ୍ମ ହେଉଛି ‘ସାବୋଟିୟର’ ଏବଂ ୧୯୪୫ରେ ଆସିଥିବା ‘ସ୍ପେଲ୍‌ବାଉଣ୍ଡ’। ହିଚ୍‌କୁକ୍‌ଙ୍କ ଦ୍ବାରା ନିର୍ଦେଶିତ ଫିଲ୍ମ ‘ସାବୋଟିୟର’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ନର୍ମାନ ଲୟଡ୍‌ ।

ଅନକେ ଗୁଡ଼ିଏ ଟିଭି ସିରିୟଲରେ କାମ କରିଥିଲେ ଲୟଡ୍‌। ‘ଷ୍ଟାର ଟ୍ରେକ୍‌- ଦି ନେକ୍ସଟ୍‌ ଜେନେରେସନ୍‌’, ‘ମର୍ଡର, ସି ରୁଟ୍‌’, ‘ଦି ପେପର ଚେଜ୍‌’ , ‘କ୍ବିନ୍ସ ଏମଇ’, ‘କୋଜାକ୍‌’ ଏବହ ‘ଦି ପ୍ରାକ୍ଟିସ୍‌’ରେ ଦମଦାର ଆକ୍ଟିଂ କରି ଦର୍ଶକଙ୍କ ମନ ଜିଣିଥିଲେ ନର୍ମାନ ଲୟଡ୍‌। ଲୟଡଙ୍କ ଜନ୍ମଦିନ ନଭେମ୍ବର ୮କୁ ଲସ୍‌ଆଞ୍ଜେଲସ୍‌ରେ ‘ନର୍ମାନ ଲୟଡ୍‌ ଡେ’ ଭାବେ ମଧ୍ୟ ପାଳନ କରାଯାଉଛି ।

   Related Posts