ଭୂସ୍ବର୍ଗରେ ଫେରୁଛି ଶାନ୍ତି : ୫ ଜିଲ୍ଲାରୁ ୧୪୪ ଧାରା ହଟିବା ପରେ ଜନଜୀବନ ସ୍ବାଭାବିକ,ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ନେଇ ନିରାଶ ପାକିସ୍ତାନର ଚିନ୍ତା

Published By : Prameya-News7 Bureau | August 11, 2019 IST

ଶ୍ରୀନଗର ୧୧/୮: ଭୂସ୍ବର୍ଗରେ ଫେରୁଛି ଶାନ୍ତି । କାଶ୍ମୀର ପାଇଁ ନୂଆ ଢ଼ାଞ୍ଚା ପ୍ରସ୍ତୁତ । ଧାରା ୩୭୦ ଉଠିବା ପରେ ପ୍ରଧାନମନ୍ତ୍ରୀ କାଶ୍ମୀରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଅନେକ ସ୍ବପ୍ନ ଦେଇଖାଇଛନ୍ତି । ଶ୍ରୀନଗରରେ ଚାଲିବ ମେଟ୍ରୋ ଟ୍ରେନ । ଖୋଲିବ ଆଇଆଇଟି, ଆଇଆଇଏମ୍  । ଅକ୍ଟୋବର ନଭେମ୍ବରରେ ନିବେଶକ ସମ୍ମିଳନୀ ହେବ ଏମିତି କେତେ କଣ  କରିବାର ସ୍ବପ୍ନ ଦେଖାଇଛନ୍ତି ମୋଦି ।

ଗତକାଲି ୫ଟି ଜିଲ୍ଲାରେ ୧୪୪ ଧାରା ଉଠିବା ପରେ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଛି । କିନ୍ତୁ ପାକିସ୍ଥାନ ଓ ସେଠାକାର କିଛି ଉଗ୍ରବାଦୀ ଲୋକେ ଅପପ୍ରଚାର କରୁଛନ୍ତି । ଯାହାକୁ ନେଇ ସ୍ପଷ୍ଟି କରଣ ଦେଇଛନ୍ତି କାଶ୍ମୀର ଆଇଇଜି । କିଛି ଗଣମାଧ୍ୟମରେ ଫାଇରିଂ ନେଇ ଖବର ପ୍ରକାଶ ପାଇଥିବାରୁ ତାହାକୁ ଖଣ୍ଡନ କରିଛନ୍ତି ଆଇଇଜି ଏସପି ପାନି ।

ଗତ ୬ ଦିନ ହେଲା ପରିସ୍ଥିତି ଶାନ୍ତ ଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ସାମାନ୍ୟ ରହିଛି ବୋଲି ସେ କହିଛନ୍ତି । ସେପଟେ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରୁ ପାକିସ୍ତାନ ନିରାଶ ହେବା ପରେ  ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.