ଆସନ୍ତାକାଲି ଶ୍ରୀନଗରରେ ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବ, ସ୍ଥିତି ହେଉଛି ସ୍ବଭାବିକ…

Published By : Prameya-News7 Bureau | August 18, 2019 IST

ଶ୍ରୀନଗର୧୮|୮; କାଶ୍ମୀର ପରିସ୍ଥିତି ସଂପୂର୍ଣ୍ଣ ଶାନ୍ତ ଥିବା ବେଳେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ସେପଟେ କିନ୍ତୁ ପାକିସ୍ତାନ ରାମ୍ପି ବିଦାରି ହେଉଛି । ପାକିସ୍ତାନକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ ଚେତାଇ ଦେଇଛନ୍ତି। ଯଦି କଥାବାର୍ତ୍ତା ହେବ ତେବେ ପାକ୍‌ ଅଧିକୃତ କାଶ୍ମୀର ବା ପିଓକେ ଉପରେ ହିଁ ହେବ।

{"id":145797}

ପାକିସ୍ତାନକୁ ରାଜନାଥଙ୍କ କଡ଼ା ଜବାବ । ପାକିସ୍ତାନ ସହିତ ଯଦି ଆଲୋଚନା ହେବ ତାହା କେବଳ ପାକ୍ ଅଧିକୃତ କାଶ୍ମୀର- ପିଓକେକୁ ନେଇ ହେବ । ତାହା ପୁଣି ପାକ୍‌ ପ୍ରାୟୋଜିତ ଆତଙ୍କବାଦର ସଂପୂର୍ଣ୍ଣ ନିୟନ୍ତ୍ରଣ ହେବାପରେ । ପାକିସ୍ତାନକୁ ସିଧା ଚେତାବନୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ହରିୟାଣାର ପଞ୍ଚକୁଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକ୍ ଉପରେ ସିଧା ନିଶାନା ସାଧିଛନ୍ତି ରାଜନାଥ ।  କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଯେଉଁ ବାଚାଳାମି  ଚଳାଇଛି ତାହାକୁ ନେଇ ରାଜନାଥ ଏଭଳି ଶୁଣାଇଛନ୍ତି। 

{"id":145798}

ସେପଟେ ଘାଟିରେ ସ୍ଥିତି ଧିରେ ଧିରେ ସୁଧୁରୁଛି।  କାଶ୍ମୀରର ଅତି ସମ୍ବେଦନଶୀଳ ସ୍ଥାନରେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି।  ସବୁ ଗାଡ଼ିମଟର ଖୁବ ସ୍ବାଭାବିକ ଭାବେ ଚାଲୁଛି।  ବାରାମୂଳା, କୁପୱାରା, ସୋପୋର ଇଲାକାରେ ରାସ୍ତାରେ ଲୋକେ ଯାଆସ କରୁଥିବା ଦେଖିବାକୁ ମିଳୁଛି ।  ଏବେ ସୁଦ୍ଧା କାଶ୍ମୀରରେ ୫୦ହଜାର ଲ୍ୟାଣ୍ଡଲାଇନ୍ ଫୋନ୍ ଚାଲୁ ହୋଇ ଯାଇଛି।  ୩୫ଟି ପୋଲିସ ଥାନା କ୍ଷେତ୍ରରେ ଲୋକଙ୍କ ଯାଆସ ଉପରୁ କଟକଣା ହଟାଇ ଦିଆଯାଇଛି।  ତେବେ କାଶ୍ମୀରରେ ଦୋକାନ, ବଜାର ବନ୍ଦ ରହିଛି।  

{"id":145799}

ଜାମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ସ୍ପିଡ୍ ରେ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଛି। ଆସନ୍ତାକାଲି ଶ୍ରୀନଗରରେ ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.