Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଖୁସି ଖବର : ଏଥର ମୌସୁମୀରେ ଭଲ ବର୍ଷା, ଚାଷକୁ ସୁହାଇବ ପାଣିପାଗ, ଦେଶର ଅର୍ଥନୀତିକୁ ହେବ ଫାଇଦା

16/04/2021 at 3:02 PM

ନୂଆଦିଲ୍ଲୀ,୧୬/୦୪:   ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା । ଠିକ୍ ସମୟରେ ଆସିବ ମୌସୁମୀ ।ଏନେଇ ଅନୁମାନ କରିଛି ଭାରତୀୟ ପାଣିପାଗ  ବିଭାଗ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ ଛୁଇଁଥାଏ । ଏହାପରେ ଦେଶର ଅନ୍ୟ ପ୍ରାନ୍ତକୁ ଗତି କରିଥାଏ । ଫଳରେ ଦେଶରେ ୭୫ ପ୍ରତିଶତ ବର୍ଷା ହୋଇଥାଏ । ଯାହା ଚଳିତ ବର୍ଷ ସ୍ୱାଭାବିକ ରହିବ । ଚଳିତ ବର୍ଷ ମୌସୁମୀ ମାସ ବେଳେ ବୃଷ୍ଟିପାତ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ।

ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଯାହା ୯୮ ପ୍ରତିଶତ ରହିବ । ଏହାକୁ ସ୍ୱାଭାବିକ ଶ୍ରେଣୀର ବର୍ଷା କୁହାଯାଇ ପାରିବ । ତେବେ ବୃଷ୍ଟିପାତ ସ୍ୱାଭାବିକ ହେବା ନେଇ ୪୦ ପ୍ରତିଶତ ସମ୍ଭାବନା ଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ହେବା ନେଇ ୨୧ ପ୍ରତିଶତ ସମ୍ଭାବନା ରହିଛି । ଯାହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । କୃଷି ଉତ୍ପାଦନରେ ସହାୟକ ହେବ । ଫଳରେ ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ କରିଥିଲା ଯେ, ଜୁନ-ସେପ୍ଟେମ୍ବରରେ ସାଧାରଣ ଓ ସୁସ୍ଥ ମୌସୁମୀ ଅନୁଭୂତ ହୋଇପାରେ। ତେବେ ପୂର୍ବାନୁମାନରେ ଉତ୍ତର ଭାରତ ସମତଳ ସମେତ ଉତ୍ତରାଞ୍ଚଳର କେତେକ ସ୍ଥାନ ବର୍ଷାଭାବର ସମ୍ମୁଖୀନ ହେବା ନେଇ ଆଶଙ୍କା କରିଛନ୍ତି।  ଏ ନେଇ ସ୍କାଏମେଟ୍‌ ନିଜ ୱେବ୍‌ ସାଇଟ୍‌ରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଜୁନ-ସେପ୍ଟେମ୍ବର ୪ମାସର ଦୀର୍ଘାବଧି ହାରାହାରି (ଏଲପିଏ)ରେ ୧୦୩ ପ୍ରତିଶତ ବର୍ଷାନୁମାନ କରିଛି ।

   Related Posts