୪ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ବନ୍ଦ

Published By : Prameya-News7 Bureau | February 04, 2019 IST

ବୌଦ୍ଧ ୪|୨: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ବନ୍ଦ । ୪ ଦଫା ଦାବି ନେଇ  ଆଜି ଠାରୁ ବୌଦ୍ଧ ବନ୍ଦ ଡାକରା ଦେଇଛି ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚ। । ଫଳରେ ବୌଦ୍ଧ  ଜିଲ୍ଲାର ସମଗ୍ର  ଅଞ୍ଚଳରେ  ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବେଳେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି  ।

{"id":81558,"width":580,"height":435}

ଜିଲ୍ଲାରେ ଷ୍ଟାଫ୍ ନର୍ସ  ନିଯୁକ୍ତିରେ ବ୍ୟାପକ ଲାଞ୍ଚ କାରବାର କରି ଅନିୟମିତତା ହୋଇଛି । ଏଥିରେ ସଂପୃକ୍ତ ଜିଲ୍ଲାପାଳ, ସିଡିଏମଓ ଏବଂ ଡିପିଏମଙ୍କ ବଦଳି ଦାବି  ସହିତ ଏହି ନିଯୁକ୍ତିକୁ ବାତିଲ କରି ପୁନଃ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା ଦାବି ହୋଇଛି । ଗତ ୨୦୧୩ ମସିହାରେ ଆର ଆଇ ଅମିନ ଏବଂ କିରାଣୀ ପରୀକ୍ଷାରେ  ହୋଇଥତ୍ବା ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଯିବା, ଖୋର୍ଦ୍ଧ।-ବଲାଙ୍ଗୀର ରେଳପଥ ପାଇଁ ତୁରନ୍ତ ଜମିଅଧିଗ୍ରହଣ କରି ପ୍ରକଳ୍ପର ନିର୍ମ।ଣ କାର୍ଯ୍ୟ ତ୍ବରାନ୍ବିତ କରିବା ଦାବି ସମେତ ଜିଲ୍ଲାରେ ମଣ୍ଡି ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.