ଶିକାର କରିବାକୁ ଆସି ହେଲା ଶିକାର : ହିଂସ୍ର ଧୂସର ଭାଲୁ ସହ ଲଢିଲା ପାହାଡି ଛେଳି, ଶିଙ୍ଗରେ ଭୁସି ମାରିଦେଲା

Published By : Prameya-News7 Bureau | September 21, 2021 IST

କାନାଡା, ୨୧।୦୯ :   ଭାଲୁକୁ ମାରିଦେଲା ଛେଳି ।ଶକ୍ତିଶାଳୀ ଭାଲୁ ହେଲା ଛେଳିର ଶିକାର ।  ହଁ, ଅସମ୍ଭବ ଲାଗୁଥିଲେ ବି ସତ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କାନାଡାରେ ।

ନିକଟରେ କାନାଡର ପାର୍ବ୍ୟତାଞ୍ଚଳରେ ଏକ ଧୂସର ଭାଲୁର ମୃତଦେହ ପଡିଥିଲା । ସ୍ଥାନୀୟ ପ୍ରଶାସନ ଏହାକୁ ଉଦ୍ଧାର କରି ଫରେନ୍ସିକ୍ ଟେଷ୍ଟ୍ ପାଇଁ ପଠାଇଥିଲା । ରିପୋର୍ଟ ଆସିବା ପରେ ବିଶେଷଜ୍ଞମାନେ ଚକିତ ହୋଇ ପଡିଥିଲେ । ସେମାନେ ଜାଣିବାକୁ ପାଇଥିଲେ ଯେ, ଏକ ପାହାଡି ଛେଳି ବା ମାଉଣ୍ଟେନ୍ ଗୋଟ୍ ଭାଲୁଟିକୁ ମାରି ପକାଇଛି । ଛେଳିଟି ଟା ମୂନିଆ ଶିଙ୍ଗରେ ଭାଲୁଟିକୁ ମାରିଦେଇଥିବା ଅନୁମାନ କରାଯାଉଛି ।

ସବୁଠାରୁ ବଡ କଥା ହେଲା ଯେ, ଭାଲୁ ଶରୀରର କିଛି ଅଂଶ ବ୍ରିଟିଶ କଲମ୍ବିଆର ବରଗେଲ୍ ପାସରେ ପଡିଥିଲା । ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ଭାଲୁଟି ଛେଳିକୁ ଶିକାର କରିବାକୁ ଆସିଥିଲା । ପ୍ରତିରକ୍ଷା ପାଇଁ ଛେଳିଟି ଶିଙ୍ଗରେ ଆକ୍ରମଣ କରିଥିଲା । ଏଥିରେ ଭାଲୁଟି ଗୁରୁତର ହୋଇ ପ୍ରାଣ ହରାଇଥିଲା । ଏପରି ଘଟଣା ପ୍ରଥମ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସୂଚନାଯୋଗ୍ୟ, ପାହାଡିଆ ଛେଳିର ଶିଙ୍ଗ ପ୍ରାୟ ୧୨ ଇଞ୍ଚ ହୋଇଥାଏ । ଏହା ଅତି ସହଜରେ ପାହାଡ ଚଢିପାରେ । କିନ୍ତୁ ଭାଲୁକୁ ଆକ୍ରମଣ କରି ମାରିଦେଇଥିବା ବିରଳ ବୋଲି ସମସ୍ତେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.