Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

‘ଥ୍ରୀ ଇଡିଅଟ୍’ର ଅସଲି ରାଞ୍ଚୋ: ଚଳନ୍ତା ଟ୍ରେନରେ ଭିଡିଓ କଲ୍ କରି ମହିଳାଙ୍କ ପ୍ରସବ କରାଇଲେ ଦିବ୍ୟାଙ୍ଗ ଲ୍ୟାବ୍ ଟେକନିସିଆନ୍, ରେଳମନ୍ତ୍ରୀଙ୍କ ପ୍ରଶଂସା

19/01/2021 at 1:28 PM

ସାଗର ୧୯/୦୧ : ଚଳନ୍ତା ଟ୍ରେନରେ ଜଣେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ଏକ ନିଆରା କାମ କରିଛନ୍ତି। ଟେକନିସିଆନଙ୍କ ଏହି କାମକୁ ନେଇ ରେଳମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଦିଲ୍ଲୀରେ ମହିଳା ସର୍ଜନଙ୍କ ସହ ଭିଡିଓ କଲିଂ ସାହାଯ୍ୟରେ ସଫଳାତାପୂର୍ବକ ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ପ୍ରସବ ପରେ ଉଭୟ ମହିଳା ଓ ଶିଶୁ ସୁସ୍ଥ ଅଛନ୍ତି। ଟେକନିସିଆନଙ୍କ ଏହି ମାନବିକତାକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କିଛି ଲୋକ ଏହି ଘଟଣାକୁ ଫିଲ୍ମ ‘ଥ୍ରୀ ଇଡିଅଟ’ର ଦୃଶ୍ୟ ବୋଲି କହିଛନ୍ତି। ଖବର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ପାଖରେ ପହଞ୍ଚିବା ପରେ ସେ ଟ୍ୱିଟ କରି ଲ୍ୟାବ ଟେକନିସିଆନଙ୍କୁ ପ୍ରଶଂସା କରିଛନ୍ତି।

ମଧ୍ୟ ପ୍ରଦେଶ ସାଗରର ଲ୍ୟାବ ଟେକନିସିଆନ ସୁନୀଲ ପ୍ରଜାପତି ଦିଲ୍ଲୀ ଉତ୍ତର ଡ଼ିଭିଜନାଲ ହସ୍ପିଟାଲରେ କାର୍ଯ୍ୟରତ। ସେ ମଧ୍ୟ ପ୍ରଦେଶ ସମ୍ପର୍କ କ୍ରାନ୍ତି ଟ୍ରେନରେ ସାଗର ଫେରୁଥିଲେ। ଚଳନ୍ତା ଟ୍ରେନରେ ରାତି ୮ଟାରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପୀଡା ହୋଇଥିଲା। ମହିଳା ଜଣକ ଅଲବରରୁ ଦମୋହ ଯାଉଥିଲେ। ହଠାତ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା। ପୀଡାରେ ସେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ସୁନୀଲ ମହିଳାଙ୍କ ପରିବାରଲୋକଙ୍କୁ ନିଜ ପରିଚୟ ଦେଇଥିଲେ ଏବଂ ସାହାଯ୍ୟ କରିବାକୁ କହିଥିଲେ। ସେ ତୁରନ୍ତ ଦିଲ୍ଲୀ  ଡ. ସୁପର୍ଣ୍ଣା ସେନଙ୍କୁ ଭିଡିଓ କଲ କଲେ। ଭିଡିଓ କଲ ଜରିଆରେ ସେ ଡାକ୍ତରଙ୍କୁ ମହିଳାଙ୍କ ସ୍ଥିତି ସମ୍ପର୍କରେ ଜଣାଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ସେ ଆଉ ଜଣେ ମହିଳାଙ୍କ ସାହାଯ୍ୟରେ ସୁରକ୍ଷିତ ଭାବେ ଗର୍ଭବତୀ ମହିଳାଙ୍କର ପ୍ରସବ କରାଇଥିଲେ।

ଏହାପରେ ଟ୍ରେନ ମଥୁରା ଷ୍ଟେସନରେ ପହଞ୍ଚିଥିଲା। ମଥୁରାରେ ମା’ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଉପଚାର ପରେ ମହିଳାଙ୍କୁ ଛାଡି ଦିଆଯାଇଥିଲା। ସୁରକ୍ଷିତ ପ୍ରସବ ପାଇଁ ମହିଳା ସୁନୀଲ ପ୍ରଜାପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନା ଅନୁଯାୟୀ, ମହିଳାଙ୍କ ପ୍ରସବ କରାଇବା ସୁନୀଲଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା। କାରଣ ତାଙ୍କ ପାଖରେ ଆବଶ୍ୟକ ଉପକରଣ ମଧ୍ୟ ନଥିଲା। ସେ ଚାଦର ଓ ଶେବିଙ୍ଗ ବ୍ଲେଡ ସାହାଯ୍ୟରେ ମହିଳାଙ୍କ ପ୍ରସବ କରାଇଥିଲେ।

   Related Posts