Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ଫିଲ୍ମରେ ଅଜୟ ଦେବଗନଙ୍କ ବିପକ୍ଷରେ ଅଭିନୟ କରିବେ ଏହି ଅଭିନେତ୍ରୀ

5/01/2020 at 2:27 PM

ମୁମ୍ବାଇ୫|୧: ବଲିଉଡର ଅପକମିଂ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଅଜୟ ଦେବ୍‌ଗନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏଥିରେ ଅଜୟ ଦେବଗନ୍ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ପୂର୍ବରୁ ପରିଣୀତି ଚୋପ୍ରାଙ୍କୁ ଏହି ଫିଲ୍ମର ଲିଡ୍‌ ହିରୋଇନ୍‌ ଭାବେ ଫାଇନାଲ୍‌ କରାଯାଇଥିଲା।

ହେଲେ ପରିନୀତି ଆଉ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମକୁ ସମୟ ଦେଇପାରିବେ ନାହିଁ ବୋଲି କହିଛନ୍ତି। ପରିନୀତି ଚୋପ୍ରା ସାଇନା ନେହଓ୍ଵାଲଙ୍କ ବାୟୋପିକରେ ବ୍ୟସ୍ତ ଅଛନ୍ତି। ଏବେ ତାଙ୍କୁ ରିପ୍ଲେସ୍‌ କରିଛନ୍ତି ଅଭିନେତ୍ରୀ ନୋରା ଫତେହି। 

ବଲିଉଡ୍‌ର ହଟ୍‌ କୁଇନ୍ ନୋରା ଫତେହି ଗୋଟିଏ ପରେ ଗୋଟିଏ ଜବରଦସ୍ତ ଆଇଟମ୍‌ ନମ୍ବର କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିସାରିଛନ୍ତି। କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଜଲୱା ଓ ଅଭିନୟ ଦେଖିବାକୁ ମିଳିବ। ନୋରାଙ୍କ କାତିଲାନା ଅନ୍ଦାଜ ପାଇଁ ସମଗ୍ର ଭାରତ ପାଗଳ।

ତାଙ୍କ ସେକ୍ସି ଡ୍ୟାନ୍ସର ଗୋଟେ ଝଲକ୍‌ ଦେଖିବା ପାଇଁ ଲୋକେ ଖୁବ ଉତ୍ସାହିତ ଥାନ୍ତି। ତେବେ ନୋରାଙ୍କୁ ଏହି ବଡ ପ୍ରୋଯେକ୍ଟରେ କାମ କରିବା ପାଇଁ ଏକ ନୂଆ ସୁଯୋଗ ମିଳିଛି। ଏହା ପୂର୍ବରୁ ସେ କେବେ ମୁଖ୍ୟ ଭୂମିକାରେ ଅଭିନୟ କରିନାହାନ୍ତି। ନୋରାଙ୍କ ଆଇଟମ୍‌ ଡାନ୍ସ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଛି। ହେଲେ ଏବେ ତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ।  

ଅଜୟ ଦେବଗନଙ୍କ ସହ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ କାମ କରିବା ପାଇଁ ନୋରା ବେଶ ଖୁସି ବୋଲି କହିଛନ୍ତି। ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ସଂଜୟ ଦତ୍ତ, ରାଣା ଦଗୁପତୀ ଏବଂ ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସିବେ। । ଫିଲ୍ମର କାହାଣୀ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ।

   Related Posts