ମରକ୍କୋର ସେଲିବ୍ରିଟିଙ୍କୁ ପଛରେ ପକାଇଲେ ନୋରା ଫତେହି : ବନିଲେ ଗ୍ଲୋବାଲ୍ ଷ୍ଟାର

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨/୫: ନୋରା ଫତେହି ନିଜ ପରଫରମାନ୍ସରେ ସମସ୍ତଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିଛନ୍ତି। ନୋରାଙ୍କ ଡ୍ୟାନ୍ସ ଏବଂ ପରଫରମାନ୍ସରେ ସମସ୍ତେ ଫିଦା। ନୋରାଙ୍କ ଫ୍ୟାନ୍ସ କେବଳ ଭାରତରେ ନାହାନ୍ତି ପୂରା ବିଶ୍ବରେ ଅଛନ୍ତି,ତାଙ୍କ ଫ୍ୟାନ୍ ଆବାଳ ବୃଦ୍ଧବନିତା । ନୋରା ଫତେହୀ ଜବରଦସ୍ତ ଡ୍ୟାନ୍ସର ଏଥିରେ କୌଣସି ସନ୍ଦେହ ନାହିଁ। ନିକଟରେ ସେ ଅଭିନେତା ବରୁଣ ଧଓ୍ବନ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡିରେ ନଜର ଆସିଥିଲେ ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ। ଏସବୁ ମଧ୍ୟରେ ନୋରା ଫତେହିଙ୍କ ଇନଷ୍ଟାଗ୍ରାମରେ ୧୩ମିଲିୟନ୍ ଫଲୋଅର୍ସ ହୋଇଯାଇଛନ୍ତି। ଏହା ସହିତ ଏବେ ନୋରା ମରକ୍କୋନ୍ ସେଲିବ୍ରିଟିଙ୍କ ମଧ୍ୟରେ ନମ୍ବର ଓ୍ବାନରେ ଥିବାବେଳେ ମାଣ୍ଟେନା ନମ୍ବର ୨ରେ ଆସି ଯାଇଛନ୍ତି। ଏପରି କ୍ଷେତ୍ରରେ ନୋରା ଜଣେ ଗ୍ଲୋବାଲ୍ ଷ୍ଟାର ହୋଇ ସାମନାକୁ ଆସିଛନ୍ତି। ନୋରାଙ୍କୁ ଟିକଟକରେ ୧ମିଲିୟନ୍ ଲୋକ ଫଲୋ କରନ୍ତି।

{"id":268946,"sizeSlug":"large"}

  କିଛି ମାସ ତଳେ ନୋରା ପ୍ୟାରିସର ଓଲମ୍ପିଆରେ,ପିଙ୍କ୍ ଫ୍ଲାଇଡ,ଦ ବିଟଲ୍ସ,ଜେନେଟ୍ ଜ୍ୟାକ୍ସନ,ମ୍ୟାଡୋନା ଏବଂ ଟେଲର ସ୍ବିଫ୍ଟଙ୍କ କନସର୍ଟ ପରିବର୍ତେ ପରଫର୍ମ କରିଥିଲେ। ଏହା ନୋରାଙ୍କ ପ୍ରଥମ ମ୍ୟୁଜିକ୍ କନସର୍ଟ ଥିଲା ଏବଂ ସେ ଦିଲବର,ସାକି ସାକି,କମରିଆ ଏବଂ ଏକ ତୋ କମ୍ ଜିନ୍ଦଗାନି ଭଳି ଗୀତ ଗାଇଥିଲେ। ଏହା ଏକ ହାଉସଫୁଲ୍ ଶୋ ଥିଲା,ଯେଉଁଥିରେ ଭାରତ,ମଧ୍ୟ ପୂର୍ବ ଏବଂ ମରକ୍କୋର ଦର୍ଶକ ଆସିଥିଲେ। ଏହା ବ୍ୟତୀତ ନୋରା ନିଜ ଆଲବମରୁ,ଇଂରାଜୀ ସଙ୍ଗ୍ ପେପେଟା ଏବଂ ଦିଲବରର ଆରବୀ ସଂସ୍କରଣ ମଧ୍ୟ ଗାଇଥିଲେ।

{"id":268956,"sizeSlug":"large"}

ନୋରା କହିଛନ୍ତି,‘ତାଙ୍କ ଇନଷ୍ଟା ପରିବାର ପ୍ରତିଦିନ ବଢ଼ୁଛି। ତାଙ୍କୁ ଏଥିପାଇଁ ଗର୍ବ ଅନୁଭବ ହେଉଛି ଯେ ଏହା ଓର୍ଗାନିକ ହେଉଛି। ବିଶ୍ବରେ ସବୁଠୁ ଅଧିକ ଫଲୋ କରାଯିବା ମରକ୍କୋନ୍ କଳାକାର ହେବା ଏକ ବଡ଼ ଉପଲବ୍ଧି। ତାଙ୍କର ସମସ୍ତ ଫଲୋଅର୍ସ ଏବଂ ତାଙ୍କ ବିଶ୍ବସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ! ସେମାନେ ତାଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ଏବଂ ତାଙ୍କ ନିରନ୍ତର ସମର୍ଥନ ପାଇଁ ସେ ଅତ୍ୟନ୍ତ ଆଭାରୀ।

{"id":268945,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.