Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବିଦେଶରୁ ମାତ୍ର ୫ ହଜାର ଟଙ୍କା ନେଇ ଭାରତ ଆସିଥିଲେ ଏହି ଅଭିନେତ୍ରୀ, ଏବେ ବଲିଉଡରେ କରୁଛନ୍ତି ରାଜ

17/01/2020 at 2:11 PM

ମୁମ୍ବାଇ୧୭|୧: କାତିଲାନା ଅନ୍ଦାଜ ଓ ଡ୍ୟାନ୍ସ ପାଇଁ ଯୁବ ପୀଢିଙ୍କ ଦିଲରେ ରାଜ କରୁଥିବା ଅଭିନେତ୍ରୀ ନୋରା ଫତେହି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍‌ର ହଟ୍‌ କ୍ବନ୍ ନୋରା ଫତେହି ଜବରଦସ୍ତ ଆଇଟମ୍‌ ନମ୍ବର କରି ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିସାରିଛନ୍ତି। କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଜଲୱା ଓ ଅଭିନୟ ଦେଖିବାକୁ ମିଳିବ। ନୋରାଙ୍କ କାତିଲାନା ଅନ୍ଦାଜ ପାଇଁ ସମଗ୍ର ଭାରତ ପାଗଳ। ତେବେ ନୋରାଙ୍କ ବଲିଉଡରେ ସଫଳତା ପାଇବା ଯାତ୍ରା ଖୁବ କଷ୍ଟକର ରହିଛି।

ନୋରାଙ୍କର କାନାଡାରୁ ଭାରତ ଯାତ୍ରା ଯେତିକି କଷ୍ଟକର ନଥିଲା ଭାରତରେ ଚଳିବା ତାଙ୍କ ପାଇଁ ସେତିକି କଷ୍ଟକର ଥିଲା। ସେ ଥିଲା ମାତ୍ର ୫ହଜାର ଟଙ୍କା ନେଇ ଭାରତ ଆସିଥିଲେ। ସେତିକି ଟଙ୍କାରେ ଚଳିବା ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ତଥାପି ହାର ମାନିନଥିଲେ ନୋରା। ଅନେକ ସଂଘର୍ଷ ପରେ ସେ ବଲିଉଡରେ ଅଭିନୟ କରିବାର ସୁଯୋଗ ପାଇଲେ। କିଛି ବର୍ଷ ମଧ୍ୟରେ ସେ ଫିଲ୍ମ ଇଣ୍ଡେଷ୍ଟ୍ରିରେ ସଫଳତା ହାସଲ କରିଥିଲେ। ନୋରା ଅଭିନେତ୍ରୀ ହେବା ସହଜଣେ ଭଲ ମଡେଲ ଏବଂ ଡ୍ୟାନ୍ସର।

‘ବାହୁବଳୀ ଦ ବିଗ୍‌ନିଙ୍ଗ୍‌’ରେ ଆଇଟମ୍‌ ସଙ୍ଗରେ ନିଜ ଠୁମ୍‌କା ଦ୍ବାରା ନୋରା ଦର୍ଶକଙ୍କ ଦୃଦୟରେ ରାଜ୍ କରିଥିଲେ। ସେହିପରି ଫିଲ୍ମ ‘ସତ୍ୟମେବ ଜୟତେ’ରେ ଦିଲ୍‌ବର ଦିଲ୍‌ବର, ସ୍ତ୍ରୀରେ ‘କମରିୟା’ ଏବଂ ବଟ୍‌ଲା ହାଉସ୍‌ରେ ‘ଓ ସାଫି ସାଫି’ ଗୀତରେ କରିଥିବା ଡ୍ୟାନ୍ସ ବଲିଉଡ୍‌ରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।

ଏକ ସାକ୍ଷାତକାରରେ ନୋରା ନିଜ ଜୀବନ କାହାଣୀ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, ଯେତେବେଳେ ସେ କାନାଡ଼ାରୁ ଭାରତ ଆସିଥିଲେ ତାଙ୍କ ପାଖରେ ମାତ୍ର ୫ ହଜାର ଟଙ୍କା ଥିଲା। ପରିବାର ଓ ସାଙ୍ଗସାଥୀଙ୍କୁ ଛାଡ଼ି ଭାରତରେ ରହିବା ନୋରାଙ୍କ ପାଇଁ କିଛି ସହଜ ନଥିଲା।

ଭାରତରେ ପ୍ରଥମେ ନୋରା ଏକ ଏଜେନ୍ସିରେ କାମ କରୁଥିଲେ। ପ୍ରତି ସପ୍ତାହ ସେ କମ୍ପାନୀରୁ ୩ ହଜାର ଟଙ୍କା ରୋଜଗାର କରୁଥିଲେ। ତଥାପି କେବେ ହାର୍ ମାନିନଥିଲେ ନୋରା। ଅନେକ ପରିଶ୍ରମ ଓ ସଂଘର୍ଷ କରିବା ପରେ ଏବେ ବଲିଉଡରେ ରାଜ କରୁଛନ୍ତି ଏହି ଅଭିନେତ୍ରୀ।

   Related Posts