Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ନୋରା ଫତେହିଙ୍କ ୨୦୨୦ର ଶେଷ ଡ୍ୟାନ୍ସ ଭିଡିଓ ଭାଇରାଲ୍, ସେୟାର କରି ଲେଖିଲେ ଧମାକାଦାର ହେବ ଆଗାମୀ ବର୍ଷ

31/12/2020 at 10:10 AM

ମୁମ୍ବାଇ ୩୧।୧୨: ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସିଂ ଷ୍ଟାଇଲ ଏବଂ ଷ୍ଟେପସକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ନିଜ ଡ୍ୟାନ୍ସ ଯୋଗୁଁ ସେ ନା କେବଳ ବଲିଉଡ୍ ଫିଲ୍ମରେ ବରଂ ସୋସିଆଲ ମିଡିଆରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି ।

ଡ୍ୟାନ୍ସ ଦିଓ୍ବାନୀ ନୋରା ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ନୋରା ୨୦୨୦ର ଶେଷ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦିଲବର ଗାର୍ଲ ଇଂଗ୍ରାଜୀ ଭିଟସରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ନୋରାଙ୍କ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ନେରା ଏହି ଭିଡିଓରେ କୋରିଓଗ୍ରାଫର ରଜିତ ଦେବଙ୍କ ସହ ଜବରଦସ୍ତ ଆନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଡ୍ୟାନ୍ସ କରିବାବେଳେ ନୋରାଙ୍କ ଏନର୍ଜୀ ଏବଂ ତାଙ୍କ ଷ୍ଟେପସକୁ ଦର୍ଶକ ବେଶ୍ ପ୍ରଶଂସା କରୁଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସୋୟାର କରି ଲେଖିଛନ୍ତି, ୨୦୨୦ର ଶେଷ ଭିଡିଓ ଆଗାମୀ ବର୍ଷ ଆହୁରି ଆକର୍ଷଣୀୟ ହେବ, ଏଥିପାଇଁ ଅପେକ୍ଷା କରନ୍ତୁ ।’

ଭିଡିଓରେ ନୋରା ଫତେହି ପ୍ରିଟେଣ୍ଡ ଟି-ସାର୍ଟ, ଡେନିମ୍ ସର୍ଟସ, ଫିଙ୍କ୍ କ୍ୟାପ୍ ରେ ନଜର ଆସିଛନ୍ତି । ଭିଡିଓରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ନୋରାଙ୍କ ଭିଡିଓରେ ଫ୍ୟାନ୍ସ ମଧ୍ୟ ଭଲ ଭଲ କମେଣ୍ଟ ଦେଉଛନ୍ତି ।  

   Related Posts