ବଦଲା ନେବାକୁ ଚାହୁଁଛନ୍ତି ନୋରା ଫତେହି, ହେଲେ କାହାଠାରୁ? ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ କଲେ କନଫ୍ୟୁଜ୍

Published By : Prameya-News7 Bureau | January 30, 2021 IST

ମୁମ୍ବାଇ ୩୦/୦୧ : 'ଦୀଲବର ଗାର୍ଲ' ନୋରା ଫତେହି ନିଜର ଡ୍ୟାନ୍ସ ଏବଂ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରହିଥାନ୍ତି । ସବୁବେଳେ ଫ୍ୟାନ୍ସ ମାନଙ୍କ ସହିତ ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ନିକଟରେ ନୋରା, ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କର ଫ୍ୟାନ୍ସମାନଙ୍କୁ ଚକିତ କରିଛି ।

ଏହି ପୋଷ୍ଟ ନୋରା ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି,'ମୁଁ ଅନୁତାପରେ ବିଶ୍ୱାସ କରେ ନାହିଁ...ମୁଁ ପ୍ରତିଶୋଧକୁ ନେବାକୁ ଭଲପାଏ ଏବଂ ମୋତେ ବିଶ୍ୱାସ କର ଏହା ହିଁ ହେବ ।' ନୋରାଙ୍କର ଏହି ପୋଷ୍ଟକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଭାବୁଛନ୍ତି ନୋରା କେଉଁ ପ୍ରତିଶୋଧର କଥା କହୁଛନ୍ତି ।

ଫିଲ୍ମ କଥା ଯଦି କୁହାଯାଏ, ନୋରା ୨୦୧୮ ମସିହାରେ ଫିଲ୍ମ 'ସତ୍ୟମେବ ଜୟତେ' ର ଗୀତ 'ଦୀଲବର' ରେ ଡେବ୍ୟୁ କରିଥିଲେ । ଏହି ଗୀତରେ ଅଭିନେତ୍ରୀ ଖୁବ ସୁନ୍ଦର ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଏହା ପରେ ଅଭିନେତ୍ରୀ କମରିୟା ଓ ସାକୀ ସାକୀ ଏବଂ ହାଏ ଗର୍ମୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଯେଉଁଥିରୁ ନୋରାଙ୍କୁ ଏକ ଅଲଗା ପରିଚୟ ମିଳିଥିଲା । ଏହାସହ ସେ ଫିଲ୍ମ 'ଭାରତ' ଏବଂ 'ଷ୍ଟ୍ରିଟ୍ ଡ୍ୟାନ୍ସର 3D ରେ କାମ କରିଛନ୍ତି । ଖୁବ୍ ଶୀଘ୍ର ନୋରା ଫତେଇ ଫିଲ୍ମ 'ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ' ରେ ନଜର ଆସିବେ । ଏଥିରେ ସେ ବଲିଉଡ୍ ଷ୍ଟାର ଅଜୟ ଦେବଗନ୍ ଙ୍କ ସହିତ ସ୍କ୍ରିନ୍ ସେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.