ଅଙ୍ଗଦଙ୍କ ଡବଲକ୍ରସ୍: ନୋରାଙ୍କ ସହ ରିଲେସନ…ଧୂପିଆଙ୍କ ସହ ଶାଦି

Published By : Prameya-News7 Bureau | January 08, 2020 IST

ମୁମ୍ବାଇ୮|୧: କାତିଲାନା ଅନ୍ଦାଜ ଓ ଡ୍ୟାନ୍ସ ପାଇଁ ଯୁବ ପୀଢିଙ୍କ ଦିଲରେ ରାଜ କରୁଥିବା ଅଭିନେତ୍ରୀ ନୋରା ଫତେହି ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍‌ର ହଟ୍‌ କ୍ବନ୍ ନୋରା ଫତେହି ଜବରଦସ୍ତ ଆଇଟମ୍‌ ନମ୍ବର କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିସାରିଛନ୍ତି।

{"id":208508,"sizeSlug":"large"}

କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଜଲୱା ଓ ଅଭିନୟ ଦେଖିବାକୁ ମିଳିବ। ନୋରାଙ୍କ କାତିଲାନା ଅନ୍ଦାଜ ପାଇଁ ସମଗ୍ର ଭାରତ ପାଗଳ। ନୋରାଙ୍କ ଆକର୍ଷଣୀୟ ହଟ୍‌ ଓ ବୋଲ୍ଡ ଫଟୋ ଦର୍ଶକ ଖୁବ ପସନ୍ଦ କରନ୍ତି।   

{"id":208510,"sizeSlug":"large"}

ରିପୋର୍ଟ ଅନୁସାରେ ନୋରା ଫତେହି ପପୁଲାର ଅଭିନେତା ଅଙ୍ଗଦ ବେଦିଙ୍କ ସହ ରିଲେସିପ୍‌ରେ ଥିଲେ। ଅଙ୍ଗଦ ବିବାହ କରିବା ପୂର୍ବରୁ ନୋରାଙ୍କ ସହ ୩ ବର୍ଷ ଧରି ରିଲେସନଶିପ୍‌ରେ ଥିଲେ। ଉଭୟଙ୍କ ସମ୍ପର୍କ ଖୁବ ଭଲ ଭାବେ ଚାଲିଥିଲା। ହେଲେ ହଠାତ୍‌ ଗତ ବର୍ଷ ଅଙ୍ଗଦ ନେହା ଧୂପିଆଙ୍କୁ ବିବାହ କରିଥିଲେ।

{"id":208509,"sizeSlug":"large"}

ଏହି ଖବର ସମସ୍ତଙ୍କୁ ଆଚମ୍ବିତ କରିଥିଲା। ନୋରା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ନିଜ ବଏଫ୍ରେଣ୍ଡଙ୍କ ପାଇଁ ସବୁ କିଛି କରୁଥିଲେ, ତାଙ୍କର ସବୁ କଥା ମାନୁଥିଲେ। ହେଲେ ବଦଳରେ ତାଙ୍କୁ ଧୋକା ମିଳିଥିଲା। ଏହି ଘଟଣା ପରଠୁ ନୋରାଙ୍କର ପ୍ରେମ ପ୍ରତି ସବୁ ଧାରଣା ବଦଳିଗଲା ଓ ବିଶ୍ବାସ ଉଠିଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.