ପାଲେଷ୍ଟାଇନ୍ ପାଇଁ ଦୁଃଖ ପ୍ରକାଶ କଲେ ନୋରା ଫତେହି, କହିଲେ- ଇସ୍ରାଏଲ ସେନା ଆକ୍ରମଣ କରିବା ଉଚିତ୍ ନୁହେଁ

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫/୦୫: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଡ୍ୟାନ୍ସର ସମସ୍ତେ ଦିବାନା । ନୋରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ତାଙ୍କ ଫଟୋ ଆଉ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର କରିଥା’ନ୍ତି । ଆଜିକାଲି, ନୋରାଙ୍କର କିଛି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ପୋଷ୍ଟ ସେୟାର କରି ନୋରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।

{"width":673,"height":378}
PunjabKesari

ନୋରା ଏହି ପୋଷ୍ଟରେ ଲେଖିଛନ୍ତି, ‘ଏଲଜିବିଟି, ଜାତିଗତ ସମାନତା, ମହିଳାଙ୍କ ଅଧିକାର ପାଇଁ ଲଢୁଥିବା ଏବଂ ଭ୍ରଷ୍ଟ ତଥା ଅପମାନଜନକ ଶାସନ ଉପରେ ଆଘାତର ନିନ୍ଦା କରୁଥିବା ଲୋକ ପାଲେଷ୍ଟାଇନ ଉପରେ ଅତ୍ୟାଚାରକୁ କିପରି ଅଣଦେଖା କରିପାରିବେ । ଆପଣ ଚୟନ କରିପାରିବେ ନାହିଁ ଯେ କେଉଁମାନଙ୍କର ମାନବାଧିକାର ଅଧିକ ଗୁରୁତ୍ବ ରଖୁଛି ।’

{"width":683,"height":835}
PunjabKesari

 ଅଭିନେତ୍ରୀ ଆହୁରି ଲେଖିଛନ୍ତି, ‘ପାଲେଷ୍ଟାଇନମାନେ ଏକତାର ସହିତ ଛିଡ଼ା ହେବା ଉଚିତ୍ କାରଣ ରମଜାନର ପାକ ମାସରେ ବିଶ୍ୱବ୍ୟାପୀ ମହାମାରୀ ମଧ୍ୟ ଚରମ ସୀମା ଛୁଇଁଛି । ଏହି ସମୟରେ ଇସ୍ରାଏଲ୍ ସୈନ୍ୟମାନେ ତାଙ୍କୁ ରକେଟ୍ ସାହାଯ୍ୟରେ ଆକ୍ରମଣ କରୁଛନ୍ତି। ସେମାନଙ୍କୁ ଘରୁ ବାହାରକୁ ଯିବାକୁ ବାଧ୍ୟ କରୁଛନ୍ତି । ଯାହା ଆଦୌ ଠିକ୍ ନୁହେଁ । ଏହା ଅମାନବୀୟ । ଏହା ସହିତ ନୋରା ପାଲେଷ୍ଟାଇନୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଦୁନିଆର ବଡ଼ ନେତାମାନଙ୍କୁ ନିବେଦନ କରିଛନ୍ତି। '

{"width":687,"height":1205}
PunjabKesari

କିଛି ଦିନ ହେବ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ଦେଖାଦେଇଛି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ଏହି ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଯାହା ସମଗ୍ର ବିଶ୍ୱକୁ ଥରାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.