ମନି ଲଣ୍ଡରିଂ ମାମଲାରେ ଫସିବେ କି ନୋରା ଫତେହି ! ୨୦୦ କୋଟି ଟଙ୍କା ହେରଫେର ନେଇ ପଚରାଉଚରା କରୁଛି ଇଡି

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪/୧୦: ଟଙ୍କା ହେରଫେର ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ଏହି ପ୍ରସଙ୍ଗରେ ନୋରା ଫତେହିଙ୍କୁ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ପଡିବ। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏହି ଅନୁସନ୍ଧାନ ଚାଲିଛି।

ଗତ ମାସରେ ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଡକାଯାଇଥିଲା। ଏହାପୂର୍ବରୁ ୨୦୦ କୋଟିରୁ ଅଧିକ ଟଙ୍କା ଠକେଇ ଓ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀରେ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବିବୃତ୍ତିକୁ ଏକ ସାକ୍ଷୀ ଭାବରେ ରେକର୍ଡ କରାଯାଇଥିଲା।

ଏହାପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏକ ମାମଲାରେ ସାକ୍ଷୀ ଭାବରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନୂଆଦିଲ୍ଲୀରେ ୬ ଘଣ୍ଟା ପଚରାଉଚରା କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ଏହି ଘଟଣାରେ ନୋରା ଫତେହିଙ୍କ ନାମ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ଇଡି ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡାକିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.