Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଗୋଟିଏ ଆମ୍ବର ମୂଲ୍ୟ ୧୨୦୦ ଟଙ୍କା : ନାଁ ହେଲା ନୁରଜହାଁ

23/06/2019 at 7:31 PM

ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଏ । ଖରା ମାସରେ ଆମ୍ବ ମିଳିଥାଏ । ଗରମରେ ଆମ୍ବ ଖାଇବାର ଏକ ଅଲଗା ମଜା ଥାଏ । ଆମ୍ବ ମାନଙ୍କ ଭିତରେ ଗୋଟିଏ ମଲ୍ଲୀକା ଯାହା ପାଇଁ ଲୋକେ ଯେତେ ଇଛା ମୂଲ୍ୟ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସାଧାରଣତଃ ବଜାରରେ ଆମ୍ବ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ଥାଏ । କିନ୍ତୁ ଆମ୍ବମାନଙ୍କ ମଲ୍ଲୀକା ନୁରଜହାଁ ପାଇଁ ଆପଣଙ୍କୁ ଦେବାକୁ ହେବ ୧୨୦୦ ଟଙ୍କା ।

ସେ ପୁଣି କେବଳ ଗୋଟିଏ ଆମ୍ବ ପାଇଁ । ନୁରଜହାଂ ଏମିତି ସେମିତି ସାଧାରଣ ଆମ୍ବ ନୁହେଁ । ଭଲ ପାଣିପାଗ ଯୋଗୁଁ ଏହି ଗୋଟିଏ ଆମ୍ବର ଓଜନ ୨ କିଲୋ ୭୫ ଗ୍ରାମ ହୋଇଛି । ଏହି ଆମ୍ବ ଆଫଗାନିସ୍ଥାନ ଅଂଚଳର ବୋଲି କୁହାଯାଏ । ଏହି ଦୁର୍ଲଭ ପ୍ରଜାତିର ଆମ୍ବ ଗଛ ବହୁତ କାମ ଦେଖିବାକୁ ମିଳେ । 

ନୁରଜହାଁର କିଛି ଗଛ ମଧ୍ୟପ୍ରଦେଶର ଆଳିରଜପୁର ଜିଲ୍ଲା କଟ୍ଟିବାଡା ଅଂଚଳରେ ରହିଛି । ଇନ୍ଦୋରରୁ ୨୫୦ କିମି ଦୂର କଟ୍ଟିବାଡାରେ ଇସକ ମଶୁରି ନାମକ ଜଣେ ବିଶେଷଜ୍ଞ ଏହି ଆମ୍ବ ଚାଷ କରୁଛନ୍ତି । ଏହି ଆମ୍ବର ଓଜନ ସାଧାରଣତଃ ୨.୫  କିଲୋ ହୋଇଥାଏ । କିନ୍ତୁ ଏଥର ଭଲ ପାଣିପାଗ ପାଇଁ ଏହାର ଓଜନ ୨.୭୫ କିଲୋ ହୋଇଛି । ସେ କହିଛନ୍ତି ଯେ ଏଥର ଏହି ଆମ୍ବ ଗୋଟାଏକୁ ୭୦୦ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି । ସବୁଠାରୁ ଓଜନିଆ ଆମ୍ବର ମୂଲ୍ୟ ୧୨୦୦ ଟଙ୍କା ।

ସେ କହିଛନ୍ତି ଅନେକ ଲୋକ ଏହି ଆମ୍ବ ଗଛ ସହ ସେଲଫି ଉଠାଇବା ପାଇଁ ଆସିଥାନ୍ତି । ନୁରଜହାଁ ଏକ ବିଶେଷ ପ୍ରଜାତିର ଆମ୍ବ । ଏହି ପ୍ରଜାତିର ଆମ୍ବ ଗୋଟିଏ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହାର ଟାକୁଆର ଓଜନ ୧୫୦ ରୁ ୨୦୦ ଗ୍ରାମ ହୋଇଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରଜାତିର ଆମ୍ବର ସବୁଠାରୁ ଅଧିକ ଓଜନ ୩ରୁ ୪ କିଲୋ ହୋଇଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଏବେ ଏହି ପ୍ରଜାତି ଆମ୍ବ ଉପରେ ସଙ୍କଟ ଦେଖାଦେଇଛି ।

   Related Posts