Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍ ଡାଉନ୍‌ରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି, ପୁଣି ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର

1/05/2020 at 1:33 PM

ନୂଆଦିଲ୍ଲୀ ୧।୫: ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ମେ’ ମାସରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୨.୫୦ ହ୍ରାସ କରାଯାଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟର ସମୀକ୍ଷା କରନ୍ତି । ଏହି ମୂଲ୍ୟ ହ୍ରାସ ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୪୪ରୁ ୫୮୧.୫୦କୁ ହ୍ରାସ କରାଯାଇଛି ।

ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୭୯ ହୋଇଛି । ପୂର୍ବରୁ ଏଠାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୧୪.୫୦ ରହିଥିଲା । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧୯୦ ଟଙ୍କା ହ୍ରାସ କରାଯାଇଛି । ବର୍ତ୍ତମାନ ସିଲିଣ୍ଡରର ମୂଲ୍ୟ ୫୮୪.୫୦ ରହିଛି । ଏହାସହ ଚେନ୍ନାଇର ଏଲପିଜି ସିଲିଣ୍ଡର ୫୬୯.୫୦ ଟଙ୍କା ହୋଇଛି । ଏଲପିଜି ର ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନରେ ପରିବର୍ତ୍ତନ ହୋଇଥାଏ । ଗତ ଦୁଇମାସ ଧରି ମୂଲ୍ୟ ହ୍ରାସ ପାଉଛି ।

ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା କରୋନା ଲକ୍ ଡାଉନ୍ ପରଠାରୁ ଦେଶର ଅଧିକାଂଶ ଅଞ୍ଚଳରେ ଏଲପିଜି ସିଲିଣ୍ଡର କିଣିବାକୁ ନେଇ ଆତଙ୍କ ଖେଳିଯାଇଛି । ଖୁଚୁରା ବ୍ୟବସାୟୀମାନେ ଏହି କଥାକୁ ଜୋର ଦେଉଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡରର କୌଣସି ଅଭାବ ନାହିଁ ଏବଂ ସ୍ଥାନୀୟ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଗ୍ୟାସ ସଂରକ୍ଷଣ ଅଛି ।

ଭାରତର ସବୁଠୁ ବଡ ଇନ୍ଧନ ରେଟେଲର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସି) କହିଛି ଯେ ଅପ୍ରେଲରେ ବିକ୍ରିରେ ୨୦% ବୃଦ୍ଧି ଘଟିଛି । ଭାରତରେ ଏଲପିଜି ସିଲିଣ୍ଡରର ମୂଲ୍ୟ ମୁଖ୍ୟତଃ ଦୁଇଟି କାରଣ ଉପରେ ନିର୍ଭରଶୀଳ – ଏଲପିଜିର ଆନ୍ତର୍ଜାତୀୟ ମୂଲ୍ୟ, ଆମେରିକୀୟ ଡଲାର ଏବଂ ଟଙ୍କାର ବିନିମୟ ମୂଲ୍ୟ ।

ପ୍ରମୁଖ ସହରରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ :

ଦିଲ୍ଲୀ- ୫୮୧.୫୦ ଟଙ୍କା

କୋଲକତା- ୫୮୪.୫୦ ଟଙ୍କା

ମୁମ୍ବାଇ- ୫୭୯.୦୦ ଟଙ୍କା

ଚେନ୍ନାଇ- ୫୬୯.୫୦ ଟଙ୍କା

ଗୁରୁଗ୍ରାମ- ୫୮୮.୫୦ ଟଙ୍କା

ନୋଏଡା- ୫୮୫.୫୦ ଟଙ୍କା

ବେଙ୍ଗାଲୁରୁ- ୫୮୫.୦୦ ଟଙ୍କା

ଭୁବନେଶ୍ବର- ୫୯୨.୫୦ ଟଙ୍କା

ଚଣ୍ଡିଗଡ- ୫୮୩.୦୦ ଟଙ୍କା

ହାଇଦ୍ରାବାଦ- ୫୮୯.୫୦ ଟଙ୍କା

ଜୟପୁର- ୫୮୩.୦୦ ଟଙ୍କା

ଲକ୍ଷ୍ନୌ- ୫୮୧.୦୦ ଟଙ୍କା

ପାଟନା- ୬୨୧.୦୦ ଟଙ୍କା

ଥିରୁବନ୍ତପୁରମ୍- ୫୮୮.୫୦ଟଙ୍କା

   Related Posts