ପୁଣି ଶସ୍ତା ହେଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଏବେ ଦେବାକୁ ପଡିବ କେତେ ଟଙ୍କା

Published By : Prameya-News7 Bureau | August 01, 2019 IST

ନୂଆଦିଲ୍ଲୀ ୧|୮:  ଚଳିତ ମାସରେ ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି । ଆଜିଠାରୁ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ବିନା ସବସିଡି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୬୨.୫୦ ଟଙ୍କା ହ୍ରାସ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇବା କାରଣରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି ।

ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିନା ସବସିଡି ତଥା ବଜାର ମୂଲ୍ୟ ଏଲପିଜିର ମୂଲ୍ୟ ୫୭୪.୫୦ ଟଙ୍କା ପ୍ରତି ସିଲିଣ୍ଡର ପିଛା ରହିବ । ନୂଆ ଦର ବୁଧବାର ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏହା ପୂର୍ବରୁ ଜୁଲାଇ ପହିଲାରୁ ବିନା ସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦.୫୦ ଟଙ୍କା ପ୍ରତି ସିଲିଣ୍ଡର ହ୍ରାସ ପାଇଥିଲା ।

ଗତ ଏକ ମାସ ମଧ୍ୟରେ ବିନା ସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୩ ଟଙ୍କା ହ୍ରାସ ପାଇଛି । ବିନା ସବସିଡି ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇବାରୁ ସବସିଡି ଗ୍ୟାସ୍ ସିଲିଣ୍ଡର ଉପରେ ଏହାର ପ୍ରଭାବ ପଡିବ । ଉପଭୋକ୍ତାଙ୍କୁ ଅଗଷ୍ଟ ମାସରେ ୧୪.୨ କିଲୋର ସବସିଡି ଗ୍ୟାସ୍ ସିଲିଣ୍ଡର ନେବା ସମୟରେ ଏବେ ୫୭୪.୫୦ ଟଙ୍କା ଦେବାକୁ ପଡିବ । ଜୁଲାଇରେ ଏଥିପାଇଁ ୬୩୭ଟଙ୍କା ଦେବାକୁ ପଡୁଥିଲା ।

ମାସର ପ୍ରଥମ ଦିନ ଇନ୍ଧନ କମ୍ପାନୀ ଏଲପିଜି ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଲଗାତର ଦ୍ବିତୀୟ ମାସରେ ବିନା ସବସିଡି ଏଲପିଜି ସିଲିଣ୍ଡର ଦାମ୍ ରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ । ଦିଲ୍ଲୀରେ ବର୍ତ୍ତମାନ ସବସିଡାଇଜ୍ ଏଲପିଜି ଗ୍ୟାସ୍ ସିଲିଣ୍ଡର (୧୪.୨କେଜି) ମୂଲ୍ୟ ୪୯୭.୩୭ ଟଙ୍କା ରହିଛି । ଏହା ପୂର୍ବରୁ ଜୁନ୍ ୧ରେ ସବସିଡି ଗ୍ୟାସ୍ ସିଲିଣ୍ଡରର ଦାମ୍ ବଢିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.