ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ (ଏନସିଟିଇ) ଏପରି ଅନେକ ବିଏଡ୍ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁଗୁଡିକ ଏବେ ଉତ୍ତମ ପ୍ରଦର୍ଶନ କରିପାରୁନାହାନ୍ତି। ଅଲଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଭଳି ଏନସିଟିଇ ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦେଶରେ ୧ ହଜାରରୁ ଊର୍ଦ୍ଧ୍ୱ ବିଏଡ୍ କଲେଜ ବନ୍ଦ ହୋଇଯିବାର ଏବେ ଆଶଙ୍କା କରାଗଲାଣି।
{"id":153645}ଏ ସମ୍ପର୍କରେ ଏନସିଟିଇର ଚେୟାରପର୍ସନ ସତବୀର ବେଦି କହିଛନ୍ତି ଯେ ଆମେ ଏକ ପରଫର୍ମାନ୍ସ ଆପ୍ରେଜର ରିପୋର୍ଟ ସିଷ୍ଟମ ଲଞ୍ଚ କରିବାକୁ ଯାଉଛୁ। ଏଥିରେ ସଂସ୍ଥାନର ଶିକ୍ଷାଦାନ, ପରବର୍ତ୍ତି ନିଯୁକ୍ତି ଓ ଅନ୍ୟ ସବୁ ବିଷୟ ଯାଞ୍ଚ କରାଯିବ। ଯେଉଁ ସବୁ ସଂସ୍ଥା ଜରୁରି ମାନକ ପୁରଣ କରିପାରୁନଥିବେ ସେମାନଙ୍କ ଉପରେ ପେନାଲ୍ଟି ଲାଗୁ ହେବ। ପ୍ରତ୍ୟେକ ବର୍ଷ ଏହି ରିପୋର୍ଟ କରାଯିବ। ଦେଶରେ ଜରୁରି ମାନକ ପୁରଣ କରିପାରୁନଥିବା ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଟିଚର ଟ୍ରେନିଂ ସଂସ୍ଥାନ ରହିଛି। ସେସବୁର ଏବେ ସ୍କୃଟିନି କରାଯାଉଥିବା ବେଦୀ କହିଛନ୍ତି। ଏଭଳି ସଂସ୍ଥାକୁ ବନ୍ଦ କରିଦେବାକୁ ଏବେ ନିଷ୍ପତ୍ତି ହୋଇଛି।
{"id":153646,"width":582,"height":454}ଏନସିଟିଇଙ୍କ ଅନୁସାରେ ବିଏଡ ଲାଗି ପ୍ରତିବର୍ଷ ସାରା ଦେଶରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଆବେଦନ ମିଳିଥାଏ। ଏହା ସତ୍ତ୍ୱେ ଅନେକ ସଂସ୍ଥାରେ ସିଟ୍ ଖାଲି ପଡୁଛି। ଏନସିଟିଇ ପ୍ରତିବର୍ଷ ଦେଶର ୧୯ଲକ୍ଷ ଟିଚରଙ୍କୁ ପ୍ରଶିକ୍ଷଣ ପ୍ରଦାନର କ୍ଷମତା ରଖିଛି। ତେବେ ଦେଶରେ ବର୍ଷକୁ ଅତିବେଶିରେ ୩ରୁ ସାଢେ ୩ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ମିଳିପାରୁଛି। ଏଥିରେ ଏତେ ସଂଖ୍ୟକ ବିଏଡ କଲେଜ ରଖି ଲାଭ କଣ ବୋଲି ଓଲଟି ସତବୀର ବେଦୀ ପ୍ରଶ୍ନ କରିଛନ୍ତି।