Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଘାଟିରେ ଆତଙ୍କବାଦୀଙ୍କ ଜୋରଦାର ହମଲା, ଅଣ କାଶ୍ମୀର ଶ୍ରମିକଙ୍କୁ ସୁରକ୍ଷାବଳ କ୍ୟାମ୍ପକୁ ସ୍ଥାନାନ୍ତର କରିବାକୁ ପୋଲିସକୁ ଆଦେଶ

17/10/2021 at 10:25 PM

ଶ୍ରୀନଗର ୧୭।୧୦: କାଶ୍ମୀର ଘାଟିରେ ଅଣ କାଶ୍ମୀରୀଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଏମିତି ବିପଦ ସମୟରେ ପୋଲିସ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ପ୍ରମୁଖଙ୍କୁ ସମସ୍ତ ଅଣ ସ୍ଥାନୀୟ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ପୋଲିସ ଏବଂ ସେନା କ୍ୟାମ୍ପରେ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି। ରବିବାର କୁଲଗାମରେ ୩ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୨୪ ଘଣ୍ଟା ଭିତରେ ଆତଙ୍କବାଦୀ ୫ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିରେ ୪ ବିହାର ଏବଂ ଜଣେ ଉତ୍ତର ପ୍ରଦେଶର ଅଟନ୍ତି।

ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ(କାଶ୍ମୀର) ପକ୍ଷରୁ ସମସ୍ତ ଜିଲ୍ଲାର ପୋଲିସକୁ ପଠାଯାଇଥିବା ଜରୁରୀକାଳୀନ ବାର୍ତ୍ତାରେ କୁହାଯାଇଛି ଯେ, ନିଜ ଅଞ୍ଚଳରେ ଥିବା ସମସ୍ତ ଅଣ ସ୍ଥାନୀୟ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ପୋଲିସ କିମ୍ବା କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ କିମ୍ଵା ପ୍ରତିଷ୍ଠାନକୁ ନେଇ ଆସନ୍ତୁ। ଜରୁରୀକାଳୀନ ଭିତ୍ତିରେ ଏହି କାମ କରିବାକୁ ସମସ୍ତ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଅଣ ସ୍ଥାନୀୟ ଶ୍ରମିକଙ୍କ ଉପରେ ତିନି ଜଣ ହମଲା କରିଛନ୍ତି। ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଏହି ଆତଙ୍କୀ ଘଟଣାକୁ ଘୋର ନିନ୍ଦା କରିଛନ୍ତି। ଆତଙ୍କବାରୀଙ୍କ ଏହି କାପୁରୁଷତାର ଦୃଢ ଜବାବ ଦିଆଯିବା ବୋଲି ସେ କହିଛନ୍ତି।

   Related Posts