ତବଲୀଗୀ ଜମାତ ମୌଲାନାଙ୍କ ବିରୋଧରେ ଉଦ୍ଦେଶ୍ୟ ରହିତ ହତ୍ୟା ମାମଲା ରୁଜୁ, ଅନେକଙ୍କୁ ଲୁକଆଉଟ୍ ନୋଟିସ୍ ଜାରି

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ, ୧୫|୦୪:  ଦିଲ୍ଲୀ ସମେତ ସାରା ଭାରତରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇଁ ଦାୟୀ ଥିବା ତବଲୀଗୀ ଜମାତ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଦିଲ୍ଲୀ ପୋଲିସ ଜମାତର ମୁଖ୍ୟ ମୌଲାନା ମହମ୍ମଦ ସାଦଙ୍କ ସମେତ ଅନେକଙ୍କ ବିରୋଧରେ ଉଦ୍ଦେଶ୍ୟ ରହିତ ହତ୍ୟା ମାମଲା ରୁଜୁ କରିଛି । ଏହାସହ ପୋଲିସ ଭିସା ନିୟମର ଉଲଙ୍ଘନ କରିଥିବା ୧୯୦୦ ଜମାତିଙ୍କୁ ଲୁକଆଉଟ୍ ନୋଟିସ୍ ଜାରି କରିଛି ।

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କିଛି ଦିନ ପୂର୍ବରୁ ତବଲୀଗୀ ଜମାତକୁ ନେଇ ମହତ୍ଵପୂର୍ଣ୍ଣ ସୂଚନା ଦେଇଥିଲା। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଥିଲେ ଯେ, ଆମେ ୨୫  ହଜାରରୁ ଅଧିକ ତବଲୀଗୀ ଜମାତୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ  କ୍ଵାରେଣ୍ଟାଇନରେ ରଖାଯାଇଛି ।

{"id":254494,"width":748,"height":420,"sizeSlug":"large"}

ଏହା ପୂର୍ବରୁ ମାଲେସିଆର ୮ଜଣ ନାଗରିକଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ବିଦେଶୀ ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିମାନବନ୍ଦରର ଇମିଗ୍ରେସନ ବିଭାଗ ଏହି ବିଦେଶୀଙ୍କୁ ମାଲେସିଆ ରିଲିଫ୍ ଫ୍ଲାଇଟରେ ବସିବା ପୂର୍ବରୁ ଅଟକ ରଖିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀର ନିଜାମୁଦ୍ଦୀନରେ ଥିବା ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ହଜାରରୁ ଅଧିକ ଜମାତିଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା । ଏହାପରେ ଦେଶରେ କରୋନା ମାମଲା ହୁହୁ ହୋଇ ବଢିଚାଲିଥିଲା । ଏହାପରେ ଏହାର ମୁଖ୍ୟଙ୍କୁ ପୋଲିସ  ଗିରଫ କରିବା ପାଇଁ ଚଢାଉ କରିଥିଲେ ମଧ୍ୟ ସଫଳ ହୋଇନଥିଲା । ଏବେବି ଏହାର ମୁଖ୍ୟ ଫେରାର ଅଛନ୍ତି ।

ଦିଲ୍ଲୀ ସମେତ ଆଣ୍ଡାମାନ-ନିକୋବର,ଆସାମ,ଦିଲ୍ଲୀ,ହିମାଚଳ ପ୍ରଦେଶ, ହରିୟାଣା, ଜମ୍ମୁକାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଜମାତ ସହ ଜଡ଼ିତ ସଂକ୍ରମିତ ମିଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.