ନନ-କାଡର ଆଇନ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ବଢ଼ିଲା

Published By : Prameya-News7 Bureau | September 18, 2018 IST

ଭୁବନେଶ୍ୱର ୧୮/୯ : ରାଜ୍ୟର ଆଇନ ବିଭାଗ ତରଫରୁ ନିଯୁକ୍ତ ନନ-କାଡର ଆଇନ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଆଇନ ବିଭାଗ ତରଫରୁ ଓଡିଶା ଆଇନ ଅଧିକାରୀ ନିୟମ ୧୯୭୧ ଅନୁଯାୟୀ ରାଜ୍ୟର ବିଭିନ୍ନ ଅଦାଲତ ମାନଙ୍କରେ ନନ-କାଡର ଆଇନ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଛି | ବର୍ତ୍ତମାନ ୧୧୨୧ ଜଣ ଏହି ଭଳି ଅଧିକାରୀ କାର୍ଯ୍ୟ କରୁଛନ୍ତି | ସେମାନଙ୍କ ମଧ୍ୟରୁ ୯୨୭ ଜଣ ଆଇନ ଅଧିକାରୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ କୋର୍ଟରୁ ଆରମ୍ଭ କରି ସେସନ୍ସ ଜଜ ଓ ସ୍ପେସିଆଲ ଜଜ କୋର୍ଟ ପର୍ଯ୍ୟନ୍ତ ଏପିପି, ଅତିରିକ୍ତ ଏପିପି, ସ୍ୱତନ୍ତ୍ର ପିପି ଓ ପିପି ଭାବରେ ଫୌଜଦାରୀ ମାମଲା ପରିଚାଳନା କରୁଛନ୍ତି | ସେହିପରି ୧୯୪ ଜଣ ନନ-କାଡର ଆଇନ ଅଧିକାରୀ ସିଭିଲ ଜଜ ଓ ଜିଲ୍ଲା ଜଜ କୋର୍ଟରେ ସମ୍ପୃକ୍ତ କୋର୍ଟର ଆବଶ୍ୟକତା ଅନୁଯାୟୀ ଜିପି, ଏଜିପି ଏବଂ ଆସୋସିଏଟ ଓକିଲ ଭାବେ ଦେୱାନୀ ମାମଲା ପରିଚାଳନା କରୁଛନ୍ତି | ରାଜ୍ୟର ଲୋକମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରତ ନନ-କାଡର ଆଇନ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.