Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଲକଡାଉନ୍ ଓ ଆର୍ଥିକ ସଙ୍କଟ ତଥାପି ଜୁଲମ୍ କରୁଛନ୍ତି ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା : ଦେଉଛନ୍ତି ଧମକ୍, ଅସହାୟ ଉପଭୋକ୍ତା

7/06/2020 at 6:44 PM

ନିଶ୍ଚିନ୍ତକୋଇଲି ୦୭/୦୬ : କରୋନା ସମୟରେ ଲକଡାଉନ ସମୟରେ ଗାଁ ଗହଳିରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀଠାରୁ ଆର୍ଥିକ ସହାୟତା ଦିଆଯାଉଛି।  ଏତିକିବେଳେ କିଛି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ସେମାନଙ୍କର କିସ୍ତି ଟଙ୍କା ଆଦାୟ କରିବାକୁ ଘର ଦୁଆର ମୁହଁରେ ବସି ରହଛନ୍ତି। ଏପରିକି କିଛି ସ୍ଥାନରେ ସେମାନେ ଧମକ ଚମକ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

କିସ୍ତି ଟଙ୍କା ଏବେ ଦିଅ, ନହେଲେ ଦିଗୁଣା ଦେବ । ଘର ଆଗରେ ଅଡ଼ି ରହୁଛନ୍ତି ଅଣ ବ୍ୟାଙ୍କିଙ୍ଗ ସଂସ୍ଥାର ଏଜେଣ୍ଟମାନେ । ଲକଡାଉନ ସମୟରେ କିସ୍ତି ଆଦାୟ ହୋଇପାରିବ ନାହିଁ ଏଭଳି ନିର୍ଦ୍ଦେଶ ଥିବା ସତ୍ତ୍ବେ ଏମାନେ କିନ୍ତୁ ନୂଆ ଫନ୍ଦି ଫିକର କରିବାରେ ଲାଗିଛି । କିଛି କହୁଛନ୍ତି ଏବେ ନ ଦେଲେ ଦିଗୁଣା ଦେବାକୁ, ଏକାଥରେ ସବୁତକ ଦେବାକୁ ପଡ଼ିବ, ଆଉ କିଏ କହୁଛନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିସାରିଲାଣି ଟଙ୍କା ଆଦାୟ ହୋଇପାରିବ। ଏମିତି ଧମକ ଚମକ ଦେଉଥିବା ଅଭିଯୋଗ ମାନ ବିଭିନ୍ନ ସ୍ଥାନରୁ ଆସୁଛି।

ଏଭଲି ଅଭିଯୋଗ ପାଇବା ପରେ ଆମେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋହନପୁରରେ ପହଞ୍ଚିଥିଲୁ। ସେଠାରେ ଏପରିକି ଆମେ ସେଠାରେ ପହଞ୍ଚିବା ପରେ କିଛି ଲୋକ ଆକ୍ରମଣ କରିବାକୁ ମାଡ଼ି ଆସିଥିଲେ। ଆମ ପ୍ରତିନିଧିଙ୍କୁ ମଧ୍ୟ ଧମକଚମକ ଦେଇଥିଲେ।  ଯେତେବେଳେ କି ମହିଳାମାନେ କହିଥିଲେ କାମଧନ୍ଦା ପୁରା ଠପ ହୋଇଯିବାରୁ , ରୋଜଗାର କ୍ଷମ ପରିବାର ସଦସ୍ୟ ମାନେ ଘରେ ବସିରହିଛନ୍ତି। ତେଣୁ  ୠଣ କିସ୍ତି ଦେବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡିଛି। ସେହିପରି ଆଠଗଡ଼ ଏବଂ ନରସିଂହପୁରରେ ମଧ୍ୟ ସମାନ ଧରଣର ଅଭିଯୋଗ ଆସିଛି। ଯେଉଁଠାରେ ଅସହାୟ ମହିଳାମାନେ ସେମାନଙ୍କ ଉପରେ କିଛି ଏଜେଣ୍ଟ ଜୁଲମ କରୁଥିବା ଅଭିଯୋଗ କରିଛନ୍ତି।

ଜିଲ୍ଲାପାଳ ନିୟମ କରିଛନ୍ତି ଟଙ୍କା ଆଦାୟ ହେବ ବୋଲି କହି ଏମାନେ ଋଣ ଗ୍ରହିତାଙ୍କୁ ଧମକଚମକ ଦେଉଛନ୍ତି। ଏନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। କିସ୍ତି ଆଦାୟ ପାଇଁ ସେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ଯେଉଁମାନେ ଏଭଳି ଧମକ ଚମକ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ସରକାରୀ ନିତି ନିୟମକୁ ଫାଙ୍କିଦେଇ ଚାଳିଛି ୠଣ ଆଦାୟ ଅଭିଯାନ l  ଯେତେବେଳେ କି ଏହି ଆର୍ଥିକ ସଂସ୍ଥାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

   Related Posts