Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କାଲିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍‌ରେ କରିବ ଚଳାଚଳ

3/08/2020 at 5:16 PM

ଭୁବନେଶ୍ବର ୩।୮: କାଲିଠୁ ପୁଣି ଚଳାଚଳ କରିବ ନନ୍ ଏସି  ‘ମୋ ବସ୍’ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ । ୮ଟି ରୁଟ୍ ରେ ଏହି ବସ୍ ଚଳାଚଳ କରିବାକୁ ଅମୁମତି ମିଳିଛି । ଏହି ୮ଟି ରୁଟ୍ ହେଉଛି ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଏବଂ ୩୩ ।

ଶନିବାର ଏବଂ ରବିବାର ଦିନ ବସ୍ ଚାଲିବନି । ଶନିବାର ରବିବାର ସପ୍ତାହିକ ସଟ୍ ଡାଉନ୍ ଥିବାରୁ ବସ୍ ଚଳାଚଳ କରିବନି । ଏ ନେଇ ‘ମୋ ବସ୍’ ପରିଚାଳନା ସଂସ୍ଥା ସିଆରୟୁଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଟ୍ ଡାଉନ୍ ଲାଗୁ କରାଯାଇଥିଲା । ଯାହା ଫଳରେ ‘ମୋ ବସ୍’ ସେବା ବନ୍ଦ ରଖାଯାଇଥିଲା । 

   Related Posts