୧୮ରୁ ନୋମିନେସନ, କେଉଁ ଦଳରେ ଟିକେଟ ନେଇ କଣ ଚାଲିଛି ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | March 12, 2019 IST

ଭୁବନେଶ୍ବର୧୨|୩: ନିର୍ବାଚନ ତାରିଖ ଘୋଷଣା ପରେ ଏବେ ପ୍ରାର୍ଥୀ ତାଲିକା ପ୍ରକାଶ ନେଇ ଚାଲିଛି କସରତ। କିଏ କେିଁଠୁ ଲଢିବ କିଏ କଟିବେ କିଏ ରହିବେ ସେନେଇ ବିଜେଡି ବିଜେପି କଂଗ୍ରେସ ତିନି ପ୍ରମ୍ମୁଖ ଦଳରେ ଚାଲିଛି ଘମାସାନବିଜେଡିରେ ଟିକେଟ ଆଶାୟୀଙ୍କର ନବୀନ ନିବାସରେ  ଗହଳି ଲାଗିଥିବାବେଳେ ସୁପ୍ରିମୋ ନବୀନ କହିଛନ୍ତି ବିଜୟ ସମ୍ଭାବନା ଆଧାରକୁ ଦେଖି ଖୁବ ଶିଘ୍ର ପ୍ରାର୍ଥୀ ତାଲିକା ହେବ ସେପଟେ ପିସିସି ପ୍ରାର୍ଥୀ ତାଲିକା ଅଙ୍କ  ଛିଣ୍ଡାଇବାକୁ ଦିଲ୍ଲୀରେ ଚାଲିଛି ବୈଠକ ଆଉ ବିଜେପି କହିଛି ଆସନ୍ତା ସପ୍ତାହରେ ହେବ ପ୍ରାର୍ଥୀ ତାଲିକା ଘୋଷଣା

{"id":93027,"width":593,"height":326}

ନିର୍ବାଚନ ଘୋଷଣା ପରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ଚାଲିଛି ଘମାସନ । କିଏ କେଉଁଠୁ ଲିଢିବେ କାହାର ଟିକେଟ କଟିବ କାହାର ରହିବ ତାକୁ ନେଇ ରାଜନୈତିକ ଦଳ ଭିତରେ ଚାଲିଛି ଅଙ୍କକଷା । ଏକାଧିକ ଆଶାୟୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ପଲିଟିକାଲ ପାର୍ଟି । ୪ର୍ଥ ଟର୍ମ ଧରି ଲଗାତାର ଶାସନ ଗାଦିରେ ଥିବା ବିଜେଡିରେ ସବୁଠୁ ବେଶୀ ଆଶାୟୀ । ନବୀନ ନିବାସର ଦୃଶ୍ୟ ନିଆରା । ବିଜେଡି ସୁପ୍ରିମଙ୍କୁ ଭେଟି ଟିକେଟ ପାଇବାକୁ ଆଶାୟୀଙ୍କ ସକାଳୁ ଲାଗିଛି ଗହଳି ।

{"id":93028,"width":600,"height":319}

ସୁପ୍ରିମୋଙ୍କ ଆଗରେ ନିଜ ନିର୍ବାଚନ ମଣ୍ଡଳୀରେ ସଫଳତାର ହିସାବ ଦେଇଛନ୍ତି ନେତା । ଆଉ ରାଜନୀତି ରଣନୀତିରେ ଦଳ ଡିଆଁ ବି ଚାଲିଛି । ୨୦୧୪ ଲାଞ୍ଜିଗଡ ବିଧାନସଭା ସିଟରୁ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ଦିଶାରେ ବିଜେଡିରେ ମିଶିଛନ୍ତି ।  ସେପଟେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଓ ୨୮ ବିଧାନସଭା ସିଟ ଲାଗି ପ୍ରାର୍ଥୀ ଚୁଡାନ୍ତ ଉପରେ ବେଶୀ ଗୁରୁତ୍ବ ଦିଆଯାଉଛି ।  ନବୀନ କହିଛନ୍ତି, ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ  ଗୁରୁତ୍ବ ଦିଆଯିବ । ନିର୍ବାଚନରେ କାହା ସହ ମେଣ୍ଟ କରାଯିବନାହିଁ ।

{"id":93029,"width":591,"height":338}

ସେପଟେ କଂଗ୍ରେସର ଟିକେଟ କସରତ ଏବେ ଭୁବନେଶ୍ବରୁ ଯାଇ ଦିଲ୍ଲୀରେ ପହଁଚିଛି । ପିଇସି ବୈଠକ ପରେ ଦିଲ୍ଲୀରେ ଚାଲିଛି ସ୍କ୍ରିଂନି କମିଟିର ଘନ ଘନ ବୈଠକ । ହେଲେ ପ୍ରାର୍ଥୀ ତାଲିକା ଅଙ୍କ ଛିଣ୍ଡୁନି । କିଏ କେଉଁଠୁ ଲୋକସଭା ଲଢିବ ତାର ୧୫ ଜଣିଆ ପ୍ରାର୍ଥୀ ତାଲିକା ଗଣମାଧ୍ୟକୁ ଆସିଲାଣି । ହେଲେ ଦଳ କହିଛି ସ୍କ୍ରିନିଂ କମିଟିରେ କେବଳ ୧୫ଟି ଲୋକସଭା ସମେତ ୧୦୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଉପରେ ବି ଆଲୋଚନା ହୋଇଛି । ତାଲିକା ଚୁଡାନ୍ତ ହୋଇନି ବୋଲି ସ୍କ୍ରିନିଂ କମିଟିରେ ଯୋଗ ଦେଇ ଫେରିବା ପରେ ଚିରଞ୍ଜିବ ବିଶ୍ବାଳ କହିଛନ୍ତି  ।

{"id":93030,"width":592,"height":296}

ସେପଟେ ପ୍ରଦୀପ ମାଝୀ କହିଛନ୍ତି ଲୋକସଭା ଏବଂ ବିଧାନସଭାରେ ୪୦ରୁ ୫୦ଟି ଆସନ ନେଇ ଦ୍ବନ୍ଦ୍ବ ରହିଛି । ୧୮ ତାରିଖ ପୂର୍ବରୁ ଆଲୋଚନା ହୋଇ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।  ଏତିକି ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ବୋଲଗଡ଼-ବେଗୁନିଆ ଆସନରୁ ପ୍ରାର୍ଥୀ ହେବେ ବୋଲି ସଙ୍କେତ ଦେଲେଣି ।

{"id":93031,"width":592,"height":282}

ବିଜେଡି ଓ କଂଗ୍ରେସ ରଣନୀତି ଚଳାଇଥିବାବେଳେ ବିଜେପି ମଧ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତିରେ ଲାଗିଛି । ସେପଟେ ବିଭିନ୍ନଦଳ ଛାଡି ଆସୁଥିବା ନେତାଙ୍କୁ ନେଇ ବି ଚାଲୁଛି ମିଶ୍ରଣ ପର୍ବ । ଦଳରେ ଅନେକ ଯୋଗ୍ୟ ନେତା ଥିଲେ ବି ବିଜୟ ସମ୍ଭାବନା ଥିବା ନେତାଙ୍କୁ ପ୍ରାର୍ଥୀ କରି ଓଡିଶାରେ ୧୨୦ ପ୍ଲସ ମିଶନ ଓ କେନ୍ଦ୍ରରେ ମୋଦି ସରକାରଙ୍କୁ ପୁଣି ଥରେ ଜିତାଇବାକୁ ଅଙ୍କ କଷୁଛି ଦଳ । ୭ ଦିନରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ କହିଛନ୍ତି ।

{"id":93032,"width":588,"height":276}

ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ୧୮ରୁ ଆରମ୍ଭ ହେବ ପ୍ରାର୍ଥୀ ପତ୍ର ଦାଖଲ। ଆଉ ତାରିଖ ଯେତିକି ପାଖଉଛି ତାକୁ ନେଇ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବାକୁ ରାଜନୈତିକ ଦଳ ମାନଙ୍କର ମୁଣ୍ଡ ବିନ୍ଧା ବି ବଢୁଛି । ଏପଟେ ଆଶାୟୀଙ୍କ ହାଟ ବିଟ ବି ବଢି ବଢି ଚାଲିଛି ।

{"id":93033,"width":591,"height":296}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.