ରାଜ୍ୟସଭା ରେସ୍: ଆଜି ବିଜ୍ଞପ୍ତି ପରେ ଆଶାୟୀ ବିଜେଡି ନେତାଙ୍କ ଧାଁ ଦଉଡ, ନବୀନ ନେଇସାରିଛନ୍ତି ନିଷ୍ପତ୍ତି

Published By : Prameya-News7 Bureau | June 18, 2019 IST

ଭୁବନେଶ୍ବର୧୮|୬: ଖାଲିଥିବା ରାଜ୍ୟସଭା ପାଇଁ ଆରମ୍ଭ ହେଲା ନୋମିନେସନ । ଯେହେତୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେବେନି ସେଥିପାଇଁ ସମସ୍ତଙ୍କ ନଜର ବିଜେଡି ଉପରେ । କୁହାଯାଉଛି ନବୀନ ମନସ୍ଥିର କରିସାରିଛନ୍ତି କାହାକୁ ରାଜ୍ୟସଭା ପଠାଇବେ । ହେଲେ ଆଶାୟୀଙ୍କ ଲବି କମ୍ ନାହିଁ । ୨୫ ତାରିଖ ନୋମିନେସର ଶେଷ ଦିନ ଥିବାରୁ ତାର ୨-୩ ଦିନ ପୂର୍ବରୁ ନବୀନ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡୁଛି ।

{"id":124590}

ଖାଲିଥିବା ୩ଟି ରାଜ୍ୟସଭା ସିଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।  ବାସ୍ତବରେ ଯଦିଓ ୪ଟି ରାଜ୍ୟସଭା ସିଟ୍ ଖାଲି ହୋଇଛି, କିନ୍ତୁ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ବର୍ଷେରୁ କମ୍ ସମୟ ଥିବାରୁ ସେହି ଖାଲି ପଦପାଇଁ ନିର୍ବାଚନ ହେଉନି ।  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭା ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ସହ ରିଟର୍ଣ୍ଣିଙ୍ଗ ଅଫିସର ନିଯୁକ୍ତି କରାଯାଇଛି ।

{"id":124594}

ଆଶାୟୀ ପ୍ରାର୍ଥୀଙ୍କୁ ୨୫ ତାରିଖ ଦିନ ୩ ଟାସୁଦ୍ଧା ନୋମିନେସନ ଦାଖଲ କରିବାକୁ ହେବ । ଯଦି ଦରକାର ପଡିବ ତାହାଲେ ଜୁଲାଇ ୫ ତାରିଖ ଦିନ ନିର୍ବାଚନ ହେବ । ନହେଲେ ୨୫ ତାରିଖ ଦିନ ହିଁ ସ୍ପଷ୍ଟ ହୋଇଯିବ କେଉଁମାନେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହେଲେ ।

{"id":124591}

ବିଧାନସଭା ସିଟ୍ ସଂଖ୍ୟାଦୃଷ୍ଟିରୁ ବିଜେଡି ହିଁ ୩ଟି ଯାକ ସିଟ୍ ରେ ପ୍ରାର୍ଥୀଙ୍କୁ ଜିତାଇ ପାରିବ । ସେଥିପାଇଁ ବିଜେପି ଓ କଂଗ୍ରେସ କ୍ୟାମ୍ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ନଥିବା ବେଳେ ବିଜେଡିରେ ଜୋରଦାର ଛକାପଞ୍ଛା ।

{"id":124595}

ସାଧାରଣ ନିର୍ବାଚନ ପୂର୍ବରୁ ନବୀନ କିଛି ନେତାଙ୍କୁ ରାଜ୍ୟସଭା ଲଡୁ ଖୁଆଇଥିଲେ। ସେମାନେ ଏବେବି ଆଶାରେ ଅଛନ୍ତି।  ଆଉକିଛି ହେଭିୱେଟ ହାରୁ ନେତା ବି ଭାଗ ବସାଇବାକୁ ହାତ ପୂରେଇଲେଣି ।

{"id":124592}

ଏହାବାଦ୍ ସଂଗଠନ କାମ ବୁଝିଥିବା କିଛି ନେତାବି ଆଶାବାଦୀ ଅଛନ୍ତି । ସେହି ସମୀକରଣରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କୁ ଟିକେଟ ନଦେଇ ନବୀନ ଯେଉଁ ରାଜ୍ୟସଭା ପ୍ରତିଶୃତି ଦେଇଥିଲେ ସେମାନଙ୍କୁ ଏବେ ପଠାଯିବ କି ନାହିଁ ତାଉପରେ ସସପେନ୍ସ ଲାଗିରହିଛି ।

{"id":124596}

ସେପଟେ ନିର୍ବାଚନ ହାରିଯାଇଥିବା ଅରୁପ ପଟନାୟକ, ରବୀନ୍ଦ୍ର ଜେନା, ମହେଶ୍ବର ମହାନ୍ତି, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ଚାଲିଛି । ଏହାବାଦ୍ ଏଜି ଚାକିରିରୁ ଆସି ବିଜେଡିରେ ମିଶିଥିବା ଅମର ପଟନାୟକଙ୍କ ନାଁ ନେଇ ବି ଚର୍ଚା ରହିଛି ।

{"id":124593}

ଖାଲିଥିବା ୩ଟି ସିଟ୍ ରୁ ପ୍ରତାପ ଦେବଙ୍କ ସ୍ଥାନରେ ଯିଏ ରାଜ୍ୟସଭା ଯିବ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ । କିନ୍ତୁ ସୌମ୍ୟ ପଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଯେଉଁ ୨ଜଣ ରାଜ୍ୟସଭା ଯିବେ ସେମାନେ ୫ ବର୍ଷପାଇଁ ରହିପାରିବେ ।

{"id":124597}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.