ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ: କିଏ କେଉଁଠୁ ଦାଖଲ କଲା ପ୍ରାର୍ଥୀ ପତ୍ର ଜାଣନ୍ତୁ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର୨୬|୩: ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ ଟି ଲୋକସଭା ଓ ୩୫ ଟି ବିଧାନସଭା ଆସନ ପାଇଁ ଆଜି ଶେଷ ହୋଇଛି ନାମାଙ୍କନ ଦାଖଲ । ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ତିନି ଦଳର ପ୍ରମୁଖ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ବେଳେ, ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାମାଙ୍କଦ ଦାଖଲ କରିଛନ୍ତି ବିଜେପିର ପୀତାମ୍ବର ଆଚାର୍ଯ୍ୟ ଏବଂ କଂଗ୍ରେସର ଶମ୍ଭୁ ପାଣିଗ୍ରାହୀ । …

{"id":97151}

ଶୋଭାଯାତ୍ରାରେ ଦାଣ୍ଡ ଦୁଲୁକୁଛି। ବାଜା ନାଚରେ କମ୍ପୁଛି ପରିବେଶ। କାରଣ ନେତା ଆସିଛନ୍ତି। ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।  ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଶେଷ ଦିନରେ ନାମାଙ୍କନ ଭରିଛନ୍ତି ତିନି ଦଳର ପ୍ରମୁଖ ପ୍ରାର୍ଥୀ । ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେଡି ପ୍ରାର୍ଥୀ ସୁନିତା ବିଶ୍ବାଳ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ  ଦଳବଳ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ ।

{"id":97152}

ସେହିପରି ସୁନ୍ଦରଗଡ଼ ସଦର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଯୋଗେଶ ସିଂହ, ବିଜେପି ପ୍ରାର୍ଥୀ କୁସୁମ ଟେଟେ, ତଲସରା ଆସନ ପାଇଁ ବିଜେଡିର ଷ୍ଟିଫେନ ସୋରେନ, ବିଜେପିର ଭବାନୀ ଭୋଇ- ରାଜଗାଙ୍ଗପୁରୁ ପାଇଁ ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜି ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ବାଧୀନଭାବେ ରାଜଗାଙ୍ଗପୁରରୁ ନାମାଙ୍କନ ଦାଖଲ କରିଛନ୍ତି ଉପେନ୍ଦ୍ର ପ୍ରଧାନ । ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ଓ ଲୋକସଭା ଆସନରୁ ମୋଟ ୨୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

{"id":97154}

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପିର ପୀତାମ୍ବର ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଛନ୍ତି। ବିରାଟ ପଟୁଆରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଦାମୋଦର ରାଉତଙ୍କ ସହ ଛତ୍ରପୁର ସହର ପରିକ୍ରମାକରି ସେ ଛତ୍ରପୁର ଉପଜିଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ ।

{"id":97155}

କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ମଧ୍ୟ ଶେଷ ଦିନରେ ନୋମିନେସନ କରିଛନ୍ତି । ସେହିପରି ବଲାଙ୍ଗୀର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ । ଲୋଇସିଂହାପାଇଁ ବିଜେଡିରୁ ପ୍ରଦୀପ ବେହେରା, କଂଗ୍ରେସରୁ ନବକିଶୋର ନାୟକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । 

{"id":97156}

ବ୍ରଜରାଜନଗର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ସମର୍ଥକଙ୍କ ସହ ବେହେରାମାଲ ଛକରୁ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କଦ ଦାଖଲ କରିଥିଲେ । ସେହିପରି ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ଏବଂ ବିଜେପି ପ୍ରାର୍ଥୀ ଦିନେଶ ଜୈନ ।

{"id":97157}

ସେହିଭଳି ଶେଷ ଦିନରେ ଦଶପଲ୍ଲା ନିର୍ବାଚନମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ରମେଶ ବେହେରା ନାମାଙ୍କନ ଦାଖଲ କରିଛନ୍ତି । ବିଧାୟକ ପୂର୍ଣ୍ଣ ନାୟକଙ୍କୁ ବିଜେଡି ଟିକେଟ୍ ନଦେବାରୁ ସୋମବାର ସେ ବିଜେପିରୁ ନାମାଙ୍କନ ଭରିଥିଲେ ।  ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ନାୟକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟେର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

{"id":97158}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.