ତିର୍ତ୍ତୋଲ ଉପନିର୍ବାଚନ, ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା

Published By : Prameya-News7 Bureau | October 12, 2020 IST

ଜଗତସିଂହପୁର ୧୨।୧୦:  ବାଲେଶ୍ବର ସଦର ଏବଂ ଜଗତସିଂପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଗ୍ରାଉଣ୍ଡରେ ରାଜନୀତି ତେଜ ହେବା ଆରମ୍ଭ ହେଲାଣି । ବିଜେଡି, ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ତେବେ ବିଜେପିକୁ ଛାଡି ଆଉ କୌଣସି ପ୍ରମୂଖ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ଗତକାଲି ବିଜେପି ବାଲେଶ୍ବର ସଦର ପାଇଁ ମାନସ ଦତ୍ତ ଏବଂ ତିର୍ତ୍ତୋଲ ଆସନ ପାଇଁ ରାଜକିଶୋର ବେହେରାଙ୍କ ନାଁ ଘୋଷଣା କରିସାରିଛି । ଏବେ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ଉପରେ ନଜର ରହିଛି । ଆସନ୍ତା ୧୬ତାରିଖରେ ନାମାଙ୍କନ ଦାଖଲ ସରିବ । ତିର୍ତ୍ତୋଲରୁ ବିଜେପିର ଦଳୀୟ ପ୍ରାର୍ଥୀ ଘୋଷଣା ହୋଇଥିବା ରାଜକିଶୋର ବେହେରା ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେପଟେ ବାଲେଶ୍ବର ସଦର ପାଇଁ ବିଜେପି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି । ସବୁ ରାଜନୈତିକ ପାର୍ଟି ସେମାନଙ୍କ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପଟେ ନଭେମ୍ବର ୩ରେ ଭୋଟ ଲାଗି ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଚାଲିଛି । ଏଥର କୋଭିଡ କଟକଣା ଭିତରେ ନିର୍ବାଚନ ହେବାକୁ ଥିବାରୁ ଏଥିଲାଗି ଖାସ ବ୍ୟବସ୍ଥା ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.