Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପଶ୍ଚିମବଙ୍ଗ ନିର୍ବାଚନ, ଆଜି ନାମାଙ୍କନ ଭରିବେ ମମତା ବାନାର୍ଜୀ

10/03/2021 at 9:11 AM

କୋଲକାତା ୧୦।୦୩: ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ, ୧୧ରେ ଦଳୀୟ ଇସ୍ତାହାର । ଆଜି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି।

ମମତା ବାନାର୍ଜୀ ଦିନ ସକାଳେ ସେ ନନ୍ଦିଗ୍ରାମଠାରେ ଶିବ ଆରାଧନା କରିବା ପରେ କୋଲକାତା ଫେରି ଇସ୍ତାହାର ଘୋଷଣା କରିବେ। ଏହା ପୂର୍ବରୁ ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ପଶ୍ଚିମବଂଗରେ ଏବେ ନିର୍ବାଚନ ପ୍ରଚାର ଚରମ ସୀମାରେ ପହଂଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମରେ ପହଂଚି ପ୍ରଥମେ ଚା ଦୋକାନ ଯାଇଥିଲେ। ସେଠାରେ ଚା କରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ।

ଏହାପରେ ଜନସଭା ଯୋଗ ଦେଇେ ବିରୋଧୀ ବିଜେପିକୁ ଦେଇଥିଲେ ଚେତାବନୀ। କହିଥିଲେ କି , ମୋ ସାଂଗରେ ହିନ୍ଦୁ କାର୍ଡ ଖେଳ ନାହିଁ। ମୁଁ ବି ଜଣେ ସଚ୍ଚା ହିନ୍ଦୁ । ଚଣ୍ଡିପାଠ କରି ଘରୁ ସବୁ ଦିନ ବାହାରେ। ଏହା କହିବା ପରେ ସଭାସ୍ଥଳରେ ମମତା ଦିଦି ଚଣ୍ଡିପାଠ ମଧ୍ୟ ପଢିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନନ୍ଦିଗ୍ରାମରେ ସେ ଆନ୍ଦୋଳନ କରୁଥିବା ବେଳେ ମଧ୍ୟ ଘରେ ତାଙ୍କର ସବୁଦିନ ଚଣ୍ଡିପାଠ ହେଉଥିଲା। ସେପେଟେ ସାଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ରାଜନୀତି କରୁଥିବା ଚେତାବନୀ ଦେଇଛନ୍ତି। ନନ୍ଦି ଗ୍ରାମର ଲୋକେ ସେମାନାଙ୍କ ଜାଲରେ ନ ଫସିବାକୁ ସେ ଦେଇଛନ୍ତି ପରାମର୍ଶ ।

   Related Posts