୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ ପଞ୍ଚାୟତ ପ୍ରତିନିଧି, ୭୦୯୯ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | January 17, 2022 IST

ଖଲ୍ଲିକୋଟ ୧୭ /୦୧: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଆଜିଠାରୁ ୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ୭,୦୯୯ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମୋଟ ୨୪ ଲକ୍ଷ ୪୩ ହଜାର ୬୧୬ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଏହି ଅବସରରେ ଜିଲ୍ଲାର ୨୨ ଟି ବ୍ଲକରେ ପଞ୍ଚାୟତ ସମିତି ସଭ୍ୟ ପଦବୀ ଓ ୫୦୩ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ଆଶାୟୀ ପ୍ରାର୍ଥୀ ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ ଶୋଭାଯାତ୍ରାକୁ ବାରଣ କରାଯାଇଛି । ପ୍ରାର୍ଥୀ, ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଥିବାରୁ ଭିଡ ଦେଖିବାକୁ ମିଳିନଥିଲା ।

ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ପୋଟଲାମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ପ୍ରଥମ ଦିନରେ ରବୀନ୍ଦ୍ର ନାହାକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜାନୁଆରୀ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟ ରହିଥିବା ବେଳେ ଆସନ୍ତା ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ହେବ । ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଛତ୍ରପୁର ବ୍ଲକ ରେ ଫେବୁଆରୀ ୨୦ରେ ନିର୍ବାଚନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.