୭୪ ବର୍ଷ ବୟସରେ ବି କମିନି ଜୋସ୍: ୯୨ ପରେ ୯୩ ଥର ଲଢିବେ ନିର୍ବାଚନ
5/04/2021 at 9:20 AM

ଉତ୍ତରପ୍ରଦେଶ ୫/୪: ବୟସ ୭୪, ହେଲେ କମିନି ଜୋସ୍ । ଲଗାତାର ୯୨ ଥର ନିର୍ବାଚନ ଲଢିବା ପରେ ଏଥରକୁ ମିଶାଇ ୯୩ ଥର ନିର୍ବାଚନ ଲଢିବେ ଆଗ୍ରା ଖେରାଗଡ ନଗଲା ଦୁଲ୍ହେ ଗାଁର ହସନୁରାମ ଅମ୍ୱେଡକରୀ ।
୧୯୪୭ରେ ଜନ୍ମିତ ହସନୁରାମ ପ୍ରଥମ କରି ୧୯୮୫ରେ ନିର୍ବାଚନ ଲଢିଥିଲେ । ବିଧାୟକ ପଦବୀ ପାଇଁ ସେ ଛିଡାହେବା ପରେ ହାରିଯାଇଥିଲେ । କିନ୍ତୁ କମିନଥିଲା ତାଙ୍କ ମଧ୍ୟରେ ଥିବା ଆଗ୍ରହ । ଥରେ ନୁହେଁ କି ୨ ଥର ନୁହେଁ ପାଖାପାଖି ୯୨ ଥର ସବୁ ପ୍ରକାର ନିର୍ବାଚନ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ତଥାପି ସେହି ଦମ୍ଭ ସେହି ଜୋସ୍ ପାଇଁ ବର୍ତ୍ତମାନ ସେ ପୁଣିଥରେ ୨୦୨୧ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ସେ କହିଛନ୍ତି ଯଦି ସେ ଆସନ୍ତା ବର୍ଷକୁ ଜୀବିତ ଥିବେ ତାହେଲେ ୨୦୨୨ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିବେ । ତାଙ୍କ ମତରେ ମୋର ଉଦ୍ଦେଶ୍ୟ ଲୋକଙ୍କ ନିକଟତର ହେବା । ଥରେ ନିର୍ବାଚନ ଜିତିଗଲେ ଲୋକେ ଚେହେରା ଭୁଲିଯାଆନ୍ତି । କିନ୍ତୁ ହାରିଲେ ସଦା ସର୍ବଦା ତମେ ଲୋକଙ୍କ ହୃଦୟରେ ସ୍ଥାନପାଇପାରିବ ।