Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ନୋକିଆର ଦମଦାର ବ୍ରେକିଂ: ଏକାସଙ୍ଗେ ଲଞ୍ଚ୍ ହେଲା ୩ଟି ସ୍ମାର୍ଟଫୋନ୍, ଗୁଗଲ ଆସିଣ୍ଟାଣ୍ଟ୍ ବଟନ୍ ସହ ଅନେକ ଖାସ୍ ଫିଚର୍

29/05/2020 at 6:00 PM

ନୂଆଦିଲ୍ଲୀ, ୨୯|୦୫: ଏଚଏମଡି ଗ୍ଲୋବାଲ୍ ଆମେରିକାରେ ତିନୋଟି ନୋକିଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ନୋକିଆର ଏହି ତିନୋଟି ମଡେଲ୍ ହେଉଛି ନୋକିଆ ସି୫ ଏଣ୍ଡି, ନୋକିଆ ସି୨ ଟାଭା ଓ ନୋକିଆ ସି୩ ଟେନେନ୍ । ଏହି ସ୍ନାର୍ଟପୋନରେ ଗୁଗଲ ଆସିଷ୍ଟାଣ୍ଟ୍ ବଟମ୍ ଥିବା ବେଳେ ଏହା ଆଣ୍ଡ୍ରୋଏଡ୍ ପ୍ଲାଟଫର୍ମ୍ ଉପରେ ଆଧାରିତ ।

ଏହି ତିନୋଟି ମଡେଲ୍ ମଧ୍ୟରୁ ନୋକିଆ ସି୫ ଏଣ୍ଡିର ଦାମ୍ ୧୬୯.୯୯ ଡଲାର ବା ୧୨,୭୦୦ ଟଙ୍କା ଥିବା ବେଳେ ସି୨ ଟାଭାର ଦାମ୍ ୧୦୯.୯୯ ଡଲାର ୮,୩୦୦ ଓ ସି୨ ଟେନନର ଦାମ୍ ୬୯.୯୯ ଡଲାର ବା ୫୨୦୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ୍ ଏବେ କେବଳ ଆମେରିକାରେ ଉପଲବ୍ଧ ହେବ ।  

ନୋକିଆ ସି୫ ଏଣ୍ଡିରେ ୬.୫ ଇଞ୍ଚର ଏଚଡି ଡିସପ୍ଲେ ସ୍କ୍ରିନ୍ ରହିଛି । ଏହାର ରାମ୍ ୩ ଜିବି ଥିବା ବେଳେ ଇଣ୍ଡରନାଲ୍ ମେମୋରୀ ରହିଛି ୩୨ ଜିବି । ଏଥିରେ ବ୍ୟାକ୍ ସାଇଡରେ ତିନୋଟି କ୍ୟାମେରା ରହିଛି ।ଏହାର ବ୍ୟାଟେରୀ କାପାସିଟି ୪୦୦୦ ଏମଏଚ ଥିବା ବେଳେ ଏହା ମିଡ୍ ନାଇଟ୍ ବ୍ଲୁ ରଙ୍ଗରେ ଉପଲବ୍ଧ ।

ସେହିପରି ନୋକିଆ ସି୨ ଟାଭା ଓ ସି୨ ଟେନେନରେ ସମାନ ଫିଚର୍ ରହିଛି । ସି୨ ଟାଭା ଟେମ୍ପର୍ଡ୍ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ ହେଉତିବା ବେଳେ ଟେନେନ୍ ଷ୍ଟିଲ୍ ରଙ୍ଗରେ ଉପଲବ୍ଧ ହେବ । ଏହି ଫୋନରେ ଫିଙ୍ଗର୍ ପ୍ରିଣ୍ଟ୍ ସେନସର୍ ନାହିଁ । ଉଭୟ ମଡେଲରେ ୫.୪୫ ଇଞ୍ଚ୍ ଡିସପ୍ଲେ ସହ ୨ ଜିବି ରାମ୍ ରହିଛି । ଫଟୋଗ୍ରାଫି ପାଇଁ ଏଥିରେ ୮ ଏମପି ଓ ୨ ଏମପିର ରିୟର କ୍ୟାମେରା ରହିଛି । ଏହାର ବ୍ୟାଟେରୀ କ୍ଷମତା ୩୦୦୦ ଏମଏଚ୍ ।

   Related Posts