Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ନୋଏଡା ପୋଲିସର ଏଫ୍‌ଆଇଆର୍-ରବର୍ଟ ଭଦ୍ରାଙ୍କୁ ଦର୍ଶାଇଲା ପ୍ରିୟଙ୍କା ଗାନ୍ଧୀଙ୍କ ‘ପତ୍ନୀ’

2/10/2020 at 3:31 PM

ନୋଏଡା ୦୨/୧୦ : ଉତ୍ତର ପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ରାଜନୈତିକ ବୟାନବାଜି ଜୋର ଧରିଛି । କଂଗ୍ରେସରୁ ଆରମ୍ଭ କରି ତମାମ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୁରୁବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଗୌତମ ବୁଦ୍ଧ ନଗର ପୋଲିସ ମାମଲା ରୁଜ୍ଜୁ କରିଛି । ୨୦୩ ଜଣ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧ ମାମଲା ରୁଜ୍ଜୁ ହୋଇଛି । ତେବେ ୨୦୩ ଜଣଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ଏଫଆଇଆର କପିକୁ ନେଇ ନୋଏଡା ପୋଲିସର ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଉଠିଛି । ଏଫଆଇଆରରେ ନୋଏଡା ପୋଲିସ ରବର୍ଟ ଭଦ୍ରାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ପତ୍ନୀ ଦର୍ଶାଇଛି ।

ନିଜ ଭୁଲ ଜାଣିବା ପରେ ବର୍ତ୍ତମାନ ପୋଲିସ ଏହାକୁ ସୁଧାରିବାକୁ କହିଛି । ଏସପି ରଣବିଜୟ ସିଂହ କହିଛନ୍ତି ଯେ ତାହା ଟାଇପିଙ୍ଗ ଏରର ରହିଲା । ତାକୁ ସୁଧାରି ଦିଆଯାଇଛି । ଇକୋଟେକ-୧ ଥାନାରେ ଏହି ମାମଲା ରୁଜ୍ଜୁ ହୋଇଛି । ଗୁରୁବାର ଦିନ ରାହୁଲ ଓ ପ୍ରିୟଙ୍କା ହାଥରସରେ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଯାଉଥିଲେ । ଏତିକିବେଳେ ତାଙ୍କୁ ପୋଲିସ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଗାଡିରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ଚଡି ଦିଆଯାଇଥିଲା । କିନ୍ତୁ ପରେ ଗ୍ରେଟର ନୋଏଡା ପୋଲିସ ରାହୁଲ, ପ୍ରିୟଙ୍କା ସମେତ ୨୦୩ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା ।

   Related Posts