ନୋଏଡାରେ ଭୁଶୁଡିଲା ବହୁତଳ କୋଠା, ୪ ଉଦ୍ଧାର, ଅନେକ ଲୋକ ଦବି ରହିଥିବା ଆଶଙ୍କା

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧।୦୭: ଦିଲ୍ଲୀ ସଂଲଗ୍ନ ନୋଏଡାରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ବହୁତଳ କୋଠା ଭୁଶୁଡି ପଡିଛି। ଏହାରି ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଜୁଟିଛନ୍ତି। ନୋଏଡାର ସେକ୍ଟର ୧୧ ସ୍ଥିତ ଏଫ ୬୨ରେ ଏହି କୋଠା ଭୁଶୁଡି ପଡିଛି। କୁହାଯାଉଛି ଏହି କୋଠା ନିର୍ମାଣଧୀନ ଥିଲା।

ଘଟଣାସ୍ଥଳରେ ପୋଲିସ ବଳ ସହିତ ଫ୍ରାୟର ବ୍ରିଗେଡ୍ ଟିମ, ଆମ୍ବୁଲାନ୍ସ ଓ ଏନଡିଆରଏଫ ଉପସ୍ଥିତ ଅଛନ୍ତି। ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିରେ ତିନି ପୁରୁଷ ଏବଂ ଜଣେ ମହିଳା ସାମିଲ। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା କଥା ଭଙ୍ଗା କୋଠା ତଳେ ଅନେକ ଲୋକ ଦବି ରହିଛନ୍ତି।

wp:html /wp:html

ନିକଟ ଦିନରେ ଏହା  ହେଉଛି ଦ୍ଵିତୀୟ ବଡ ଦୁର୍ଘଟଣା। କିଛି ଦିନ ପୂର୍ବେ ମୁମ୍ବାଇର ଭାନୁଶାଳୀ କୋଠାର ଏକ ଅଂଶ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.