Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଅସୁବିଧାର ସମ୍ମୁଖୀନ ହେଲେ ଫୋନ୍ ଯୋଗେ ଜଣାଇ ପାରିବେ NEET-JEE ପରୀକ୍ଷାର୍ଥୀ, ରାଜ୍ୟ ସରକାର ଜାରି କଲେ ବିଭିନ୍ନ ନୋଡାଲ ଅଫିସରଙ୍କ ନମ୍ବର

28/08/2020 at 10:11 PM

ଭୁବନେଶ୍ୱର , ୨୮।୦୮:  ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଏହା ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ଏନଇଇଟି ଓ ଜେଇଇ ପରୀକ୍ଷା । ତେବେ ଏହି ସମୟରେ ଯେପରି ପରୀକ୍ଷାର୍ଥୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏପରିକି ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ଜିଲ୍ଲାରେ ବିଭିନ୍ନ ନୋଡାଲ ସେଣ୍ଟର କରାଯିବା ସହ ଅଫିସରଙ୍କ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ପ୍ରାୟ ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ ପରୀକ୍ଷା ଦେଇପାରନ୍ତି । ପରୀକ୍ଷାର୍ଥୀଙ୍କ ଯିବା ଆସିବା କଥା ବୁଝିବେ ରାଜ୍ୟ ସରକାର । ଆବଶ୍ୟକ ହେଲେ ମାଗଣାରେ ସେଣ୍ଟରରେ ପହଁଚାଇବା ସହ ରହଣି ବ୍ୟବସ୍ଥା ବି ବୁଝିବେ । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ  ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ ପରୀକ୍ଷା ଦେଇପାରନ୍ତି । କିଏ କେଉଁ ସ୍ଥାନରୁ ଆସିବ ତାହାର ଖବର ରଖିବା କଷ୍ଟକର । ସମୟ ମଧ୍ୟ କମ୍ ଅଛି । ଏଥିପାଇଁ  ସିଏମଡି ସଚିବଙ୍କୁ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହସହ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସେ ଅନୁରୋଧ କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବ । ସରକାର ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇବେ । କୌଣସି ଦେୟ ଦେବାକୁ ପଡିବନି । ଏପରିକି ରହିବା ପାଇଁ ମଧ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ଏହି ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନମ୍ବର ଜାରି କରାଯାଇଛି । କୌଣସି ଅସୁବିଧା ହେଲେ ପରୀକ୍ଷାର୍ଥୀମାନେ ଏହି ନୋଡାଲ ସେଣ୍ଟରକୁ କଲ୍ କରି ଜଣାଇପାରିବେ । ଏହାପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ସରକାରୀ ଓ ବେସରକାରୀ କଲେଜର ହଷ୍ଟେଲକୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋଲି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ସଦର ମହକୁମାରୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ଓ ଫେରିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଯେପରି କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ନରୁହନ୍ତୁ ସେ ପ୍ରତି ସରକାର ଯତ୍ନବାନ ରହିଛନ୍ତି ।

   Related Posts