କଂଗ୍ରେସ ନେତା କହିଲେ ଯେଉଁ ମୋଦିଙ୍କ ବାପାଙ୍କ ନାଁ କେହି ଜାଣିନାହାନ୍ତି ସେ ରାହୁଲ ଗାନ୍ଧୀଙ୍କୁ ହିସାବ ମାଗୁଛନ୍ତି

Published By : Prameya-News7 Bureau | November 25, 2018 IST

ରାଜସ୍ଥାନ ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସ ନେତାଙ୍କ ବିସ୍ଫୋରକ ବୟାନ କଂଗ୍ରେସ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି | ନିକଟରେ ସିପି ଯୋଶୀ ଦେଇଥିବା ବୟାନ ଯୋଗୁଁ ରାଜନୀତି ସରଗରମ ଥିବାବେଳେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ବିଳାସରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି | ସେ କହିଛନ୍ତି ଯେ, ଯେଉଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାପାଙ୍କ ନାଁ କେହି ଜାଣିନାହାନ୍ତି ସେହି ମୋଦି ରାହୁଲ ଗାନ୍ଧୀଙ୍କୁ ହିସାବ ମାଗୁଛନ୍ତି | ରାହୁଲ ଗାନ୍ଧୀଙ୍କ ପରିବାର ଏବଂ ପିଢ଼ି ବିଷୟରେ ପୁରା ଦୁନିଆ ଜାଣିଚି ବୋଲି ସେ କହିଛନ୍ତି | କେନ୍ଦ୍ର ମନ୍ତ୍ରୀ ବିଳାସରାଓ ଆସିଥିଲେ କଂଗ୍ରେସର ସ୍ଥିତି ସମ୍ଭାଳିବାକୁ | କିନ୍ତୁ ହେଲା ଓଲଟା | ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ସେ ଆହୁରି ସମସ୍ୟା ସୃଷ୍ଟି କରିଛନ୍ତି | ବିଳାସରାଓ କହିଛନ୍ତି ସେ ସମସ୍ତ ବିରୋଧୀ ନେତାଙ୍କୁ ବୁଝେଇ ତାଙ୍କ ସହ ଆଲୋଚନା କରିବାକୁ ଆସିଛନ୍ତି | କିନ୍ତୁ ଯଦି ସେମାନେ ମାନିବେ ନାହିଁ ତାହେଲେ ଦଳ ତାଙ୍କ ଉପରେ କାରାବାଈ କରିବ | ଏହାପରେ ବିଳାସରାଓ କଂଗ୍ରେସ ପ୍ରତିନିଧି ପଙ୍କଜ ପ୍ରତାପ ସିଂଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ମୋଦିଙ୍କୁ କଟାକ୍ଷ କରି କହିଥିଲେ , "ବିଜେପି ସରକାର ମିଛ କହିବା ଛଡା ଆଜି ଯାଏଁ କଣ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମିଛୁଆ ପ୍ରଧାନମନ୍ତ୍ରୀ | ଆଜି ଯାଏଁ ଦୁନିଆରେ ଏମିତି ପ୍ରଧାନମନ୍ତ୍ରୀ କେବେ କିଏ ଦେଖିନଥିବେ |" ସେ ଆହୁରି କହିଥିଲେ ଯେ, ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ସହ ଲଢ଼ୁଛନ୍ତି, ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କୁ କିଏ ଚିହ୍ନିଥିଲା | ଆଜି ମଧ୍ୟ ମୋଦିଙ୍କ ବାପାଙ୍କ ନାଁ କେହି ଜାଣିନାହାନ୍ତି | କିନ୍ତୁ ରାହୁଲ ଗାନ୍ଧୀଙ୍କ ବାପା କଣ ତାଙ୍କର ପୁରା ପିଢ଼ିକୁ ସମସ୍ତେ ଜାଣିଛନ୍ତି | ସେହି ମୋଦି ଆଜି ରାହୁଲ ଗାନ୍ଧୀଙ୍କୁ ହିସାବ ମାଗୁଛନ୍ତି ବୋଲି କହି ମୋଦିଙ୍କୁ କଟାକ୍ଷ କରିଥିଲେ ବିଳାସରାଓ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.