Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୁଣି ମରିଗଲା ମାନବିକତା: କୋଭିଡ଼ ଭୟରେ ମୃତ୍ୟୁ ପରେ ପରିବାରକୁ କଲେନି ସହାୟତା, ସହଯୋଗ କଲା ପ୍ରଶାସନ

18/06/2021 at 1:18 PM

ନୀଳଗିରି,୧୮/୬ : ବାଲେଶ୍ଵର ଜିଲ୍ଲା ନୀଳଗିରିର ବିଶିଷ୍ଟ ବ୍ୟବସାୟୀ ସୂର୍ଯ୍ୟନାରାୟଣ ପଣ୍ଡାଙ୍କର ଅକାଳ ବିୟୋଗ ଗତ ୧୫ ତାରିଖରେ ଘଟିଥିଲା । ସେ ଜଣେ ଦରଦୀ, ପର ଉପକାରୀ ମଣିଷ ଥିଲେ । ହେଲେ ମଲାପରେ ସେ କୋଭିଡ ଆକ୍ରାନ୍ତ କହି ସହାୟତା ଦେବାକୁ ପଛ ଘୁଞ୍ଚା ଦେଇଛନ୍ତି ପଡୋଶୀ ଓ ସମ୍ପର୍କୀୟ । ସେପଟେ ମୃତକଙ୍କ ରିପୋର୍ଟ ଆସିଛି ନେଗେଟିଭ ।

ସୂଚନାଯୋଗ୍ୟ ଯେ, ନୀଳଗିରି ଏନଏସି ଅଧିନ ମିରିଗିଣି ଅଂଚଳର ଶ୍ୟାମସୁନ୍ଦର ପଣ୍ଡାଙ୍କ ୪୬ ବର୍ଷୀୟ ସାନପୁଅ ସୂର୍ଯ୍ୟନାରାୟଣ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ତ୍ରୀ ,ଦୁଇ ପୁଅ ,ଭାଇ ଓ ଅନ୍ୟ ପରିବାର ମଧ୍ୟ କୋଭିଡ ରେ ଆକ୍ରାନ୍ତ ହୋଇଥିଲେ । ଗତ ରବିବାର ଦିନ ହଠାତ ଅସୁସ୍ଥ ଅନୁଭବ କରିବାରୁ ସୂର୍ଯ୍ୟନାରାୟଣ ଙ୍କୁ ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜ୍ୟୋତି କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ ।

ଗତ ୧୫ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । କୁନି କୁନି ଦୁଇ ପୁଅ ଓ ସ୍ତ୍ରୀ ,ଭାଇ ଓ ସମ୍ପର୍କୀୟ ଙ୍କ ଉପସ୍ଥିତିରେ ତାଙ୍କୁ ବାଲେଶ୍ଵର ମୁକ୍ତିଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ପରିବାର ଲୋକେ ଭାଙ୍ଗି ପଡିଥିଲେ । ଚିନ୍ତାରେ ତାଙ୍କର ବଡ଼ଭାଇ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକେ କିପରି ଶୁଦ୍ଧିକ୍ରିୟା କରିବେ ଏନେଇ ଚିନ୍ତାରେ ପଡିଥିଲେ ।

କାହିଁକି ନା ଘରେ ଜଣେ ବି ପୁରୁଷ ଲୋକ ନାହାଁନ୍ତି । କୁନିକୁନି ଦୁଇ ପୁଅ ସହିତ ଜଣେ ପୁତୁରା ଥିବା ବେଳେ ଏହି ସମୟରେ ଗାଁଲୋକେ କରୋନା ଭୟରେ କେହି ଆସୁନାହାନ୍ତି । କ୍ରିୟାକର୍ମ କରିବାକୁ ଆସିଥିବା ବ୍ରାହ୍ମଣ ମଧ୍ୟ ଆଉ ଆସିବାକୁ ମନାକରିଦେଇଥିଲେ । କିପରି କର୍ମ ହେବ ଏନେଇ ଚିନ୍ତା ଘାରିଥିଲା । ତେବେ ତାଙ୍କ ପଡୋଶୀ ମାନିଆ ଦ୍ଵିବେଦୀ ତାଙ୍କ ବଡ଼ ଭାଇ ବାପୁଲୁ ଙ୍କୁ ଏହିଭଳି ପରିସ୍ଥିତିରେ ଏଇ ଦୁଃଖୀ ପରିବାରକୁ ସହାୟତାର ହାତ ବଢାଇଛନ୍ତି ।

ନିଜେ ମୃତକଙ୍କ ପରିବାର ଙ୍କ ଘରକୁ ଯାଇ କିପରି ବ୍ରାହ୍ମଣ, ବାରିକ ଓ ଧୋବା କିପରି ଆସିବେ ଓ କର୍ମ ହୋଇପାରିବ ଏନେଇ ଆଲୋଚନା କରିଥିଲେ । ସେହିପରି ପ୍ରଶାସନ ତରଫରୁ ମୃତକ ଙ୍କର ଘର ଓ ବାଡ଼ି ସାନିଟାଇଜ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପରିବାରଙ୍କର କୋଭିଡ ପରୀକ୍ଷା କରିଥିଲେ । ବର୍ତ୍ତମାନ ପରିବାରର ସମସ୍ତ ବ୍ୟକ୍ତିଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ସେପଟେ ବାପ ଛେଉଣ୍ଡ ଦୁଇ ପୁଅଙ୍କ ସୂଚନା ପାଇ ଜିଲ୍ଲାପାଳଙ୍କ ନିର୍ଦେଶରେ ଚାଇଲଡ଼ ଲାଇନ ଅଧିକାରୀ ଆସି ତଦନ୍ତ କରିଛନ୍ତି । ଦୁଇ ପୁଅଙ୍କ ପାଠପଢାର ଦାୟିତ୍ୱ ସରକାର ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡିଛି ।

   Related Posts