Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମେଡିସିନରେ ୩ ବୈଜ୍ଞାନିକଙ୍କୁ ନୋବେଲ, ହେପାଟାଇଟିସ୍ ସି ଭାଇରସର ସନ୍ଧାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ

5/10/2020 at 3:47 PM

ନ୍ୟୁୟର୍କ, ୦୫|୧୦ : ଚଳିତ ବର୍ଷ  ଫିଜିଓଲୋଜି ଓ ମେଡିସିନର ନୋବେଲ ପୁରସ୍କାର ସଂଯୁକ୍ତ ଭାବେ ହାର୍ବେ ଜେ ଅଲ୍ଟର, ମାଇକେଲ୍ ହଙ୍ଗଟନ୍ ଓ ଚାର୍ଲସ୍ ଏମ ରାଇଜଙ୍କୁ ଦିଆଯିବ । ହେପାଟାଇଟସ୍ ସି ଭାଇରସର ସନ୍ଧାନ କରିବା ପାଇଁ ଏହି ତିନି ବୈଜ୍ଞାନିକଙ୍କ ଅବଦାନ ରହିଛି । ତେଣୁ ଏହି  ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ଦେଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ହାର୍ବେ ଜେ ଅଲ୍ଟର, ମାଇକେଲ୍ ହଙ୍ଗଟନ୍ ଓ ଚାର୍ଲସ୍ ଏମ ରାଇଜ ଏକି ଗବେଷଣା କରି ହେପାଟାଇଟସ୍ ସି ଭାଇରସର ସନ୍ଧାନ କରିଥିଲେ । ଏହି ପୁରସ୍କାର ସେହି ତିନି ବୈଜ୍ଞାନିକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ଯେଉଁମାନେ ରକ୍ତଜନିତ ରୋଗ ହେପାଟାଇଟସ୍ ବିରୋଧରେ ନିର୍ଣ୍ଣାୟକ ଯୋଗଦାନ ଦେଇଥାନ୍ତି ।

ହେପାଟାଇଟସ୍ ବିଶ୍ୱର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା । ଏହା ବିଭିନ୍ନ ଲୋକଙ୍କ ପାଇଁ ସିରୋସିସ୍ ଓ ଯକୃତ କ୍ୟାନସରର କାରଣ ହୋଇଥାଏ । ଏହାପୂର୍ବରୁ ହେପାଟାଇଟସ୍ ଏ ଓ ବି ଭାଇରସର ସନ୍ଧାନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା । ତେବେ ଅଧିକାଂଶ ରକ୍ତ ଜନିତ ହେପାଟାଇଟସ୍ ମାମଲାକୁ ଠାବ କରିହୁଏ ନାହିଁ ।

   Related Posts