ବିଜେପି ଓ ଟିଏମସି ମଝିରେ ଫଶିଗଲେ ଅମର୍ତ୍ତ୍ୟ, ଦିଲ୍ଲୀପ ଘୋଷ କହିଲେ ଦେଶ କି ରାଜ୍ୟର କାମରେ ଆସୁନି ତାଙ୍କ ନୋବେଲ ଥିଓରି

Published By : Prameya-News7 Bureau | December 30, 2020 IST

କୋଲକାତା ୩୦।୧୨:  ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଜମି ବିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲାଗି ପ୍ରଖ୍ୟାତ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ୨ ଦିନ ପୂର୍ବେ ପତ୍ର ଲେଖି ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ତେବେ ସେନ୍‌ଙ୍କୁ ଏବେ ପ୍ରସଙ୍ଗରେ ବିଜେପି ଘେରିଛି। ତାଙ୍କୁ ଜମି ହଡପ୍‌କାରୀ ବୋଲି ରାଜ୍ୟ ବିଜେପି କହିବା ସହ ଏହା ମମତାଙ୍କ ତୁଛା ନିର୍ବାଚନୀ ଚାଲ ବୋଲି କହିଛି।

{"id":384756,"sizeSlug":"large","linkDestination":"none"}

ପ୍ରଦେଶ ବିଜେପି ସଭାପତି ଦିଲ୍ଲୀପ ଘୋଷ ଅମର୍ତ୍ତ୍ୟ ସେନ୍‌ଙ୍କୁ ତାଛଲ୍ୟ କରିବାକୁ ବି ଭୁଲି ନାହାନ୍ତି। ସେ ଏମିତି ଥିଓରି ଲାଗି ନୋବେଲ ବିଜୟୀ ହୋଇଛନ୍ତି ଯାହାର ଲାଭ ନା ଦେଶକୁ ମିଳୁଛି ନା ରାଜ୍ୟକୁ ମିଳୁଛି ବୋଲି ଦିଲ୍ଲୀପ କହିଛନ୍ତି। ତେବେ ଅମର୍ତ୍ତ୍ୟଙ୍କ ପ୍ରତି ମମତାଙ୍କ ବଦାନ୍ୟତାର ପ୍ରଭାବ ଭୋଟରଙ୍କ ଉପରେ ପଡେନି ବୋଲି ସେ କହିଛନ୍ତି। ରାଜ୍ୟ ଯେତେବେଳେ ସମସ୍ୟାରେ ଥିଲା ସେତେବେଳେ ଅମର୍ତ୍ତ୍ୟ କଣ କରିଥିଲେ ବୋଲି ଦିଲ୍ଲୀପ ଘୋଷ ପ୍ରଶ୍ନ କରିଛନ୍ତି। ଏମାନେ ସମସ୍ତେ ସୁବିଧାବାଦୀ ବୋଲି ସେ କହିଛନ୍ତି । ତେବେ ଆମେ ଜମି ଜବରଦଖଲକାରୀ ଦଲାଲଙ୍କ ପକ୍ଷ ନେଇ ପାରିବୁନି ବୋଲି କହିଛନ୍ତି ଘୋଷ।

{"id":384757,"sizeSlug":"large","linkDestination":"none"}

ଅମର୍ତ୍ତ୍ୟ ସେନ୍‌ ଗତ ଡିସେମ୍ବର ୨୭ ତାରିଖ ଦିନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜମି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖି ଧନ୍ୟବାଦ ଜ୍ଞାପନ କରିଥିଲେ। ଡିସେମ୍ବର ପ୍ରଥମ ସପ୍ତାହରେ ବିଶ୍ୱବିଦ୍ୟାଳୟ କୂଳପତି ବିଦ୍ୟୁତ ଚକ୍ରବର୍ତ୍ତି କ୍ୟାମ୍ପସର ବିସ୍ତୃତ ଜମି ଅବୈଧ ଭାବେ ନିଜ ନାମରେ ରେକର୍ଡ କରି କିଛି ଲୋକ ମାଡି ବସିଥିବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଯେଉଁମାନଙ୍କ ମଧ୍ୟରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ମଧ୍ୟ ଏହିଭଳି ଏକ ଜମି ଉପରେ ଅଧିକାର ଜମେଇ ରଖିଥିବାର ଉଲ୍ଲେଖ କରିଥିଲେ।

{"id":384760,"sizeSlug":"large","linkDestination":"none"}

ଆଗାମୀ ବିଧାନସଭା ନିର୍ବାଚନ ଲାଗି ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନୀତି ସ୍ପଷ୍ଟ କରିସାରିଛନ୍ତି। ଏଥିରେ ବେଙ୍ଗଲୀ ଓ ବାହାରୁ ଆସିଥିବା ଲୋକଙ୍କୁ ନେଇ ଦଳ ନୀତି ସ୍ପଷ୍ଟ ଥିବା ବେଳେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଉପରେ ମମତା ପ୍ରାଧାନ୍ୟ  ଦେଉଛନ୍ତି। ଏଥିରେ ଅମର୍ତ୍ତ୍ୟ ପଶ୍ଚିମବଙ୍ଗର ଅଧିବାସୀ ହୋଇଥିବା ବେଳେ ନୋବେଲ ବିଜେତା ଭାବେ ଦେଶଲଗି ଜଣେ ସ୍ୱନାମଧନ୍ୟ ବ୍ୟକ୍ତି। ଏଣୁ ତାଙ୍କୁ ବଦନାମ କରିବା ଲାଗି ବିଜେପି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ କେବେ ବରଦାସ୍ତ କରାଯିବନି ବୋଲି ମମତା ସଫାସଫା ଶୁଣେଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.