ଏଡ୍ସର ଭ୍ୟାକ୍ସିନ ବାହାର କରିବା ବେଳେ ଉହାନ ଲ୍ୟାବରୁ ବାହାରିଲା କରୋନା ଭାଇରସ୍: ନୋବେଲ୍ ବିଜେତା

Published By : Prameya-News7 Bureau | April 18, 2020 IST

ପ୍ୟାରିସ୍ ୧୮।୦୪: କରୋନା ଭାଇରସ୍‌ କେଉଁଠୁ ଆସିଲା ଏବଂ କେମିତି ଦୁନିଆରେ ବ୍ୟାପିଲା, ଏହାକୁ ନେଇ ବଳିଷ୍ଠ ସୂଚନା କାହାରି ପାଖରେ ନାହିଁ ମାତ୍ର ଅନେକ ଥିଓରୀ ସାମ୍ନାକୁ ଆସିଛି। ଏହା ମଧ୍ୟରେ HIV ଔଷଧ ଗବେଷଣା କରିଥିବା ନୋବେଲ୍ ବିଜେତା ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, କରୋନା ଭାଇରସ୍‌  ଲ୍ୟାବ୍‌ରୁ ହିଁ ବାହାରିଛି। ତାଙ୍କର କହିବା କଥା ଏଡ୍ସର ଭ୍ୟାକସିନ ତିଆରି ଉଦ୍ୟମ ବେଳେ SARS-CoV-2 ଭାଇରସ୍ ବା କୋଭିଡ୍-୧୯ ଲ୍ୟାବରୁ ବାହାରି ଆସିଛି।

ମେଡିସିନର ନୋବେଲ୍ ବିଜେତା ଫ୍ରାନ୍ସର ପ୍ରଫେସର ଲୁକ ମଣ୍ଟେଗନିୟରଙ୍କ କହିବା କଥା ନୋବେଲ କରୋନା ଭାଇରସ୍‌ର ଜିନୋମ ଏଚଆଇଭି ଓ ମାଲେରିଆ ପ୍ରସାର କରୁଥିବା ଜର୍ମର ଅଂଶ ଅଟେ। ତାଙ୍କ କହିବା କଥା ୨୦୦୦ର ଦଶନ୍ଧିରୁ ଉହାନର ନ୍ୟାସନାଲ ବାୟୋସେଫଟି ଲ୍ୟାବ୍‌ରେ କରୋନା ଭାଇରସ୍‌ ଉପରେ ରିସର୍ଚ୍ଚ କରାଯାଉଛି।

ନିୟମ ଉଲ୍ଲଂଘନକୁ ସହ୍ୟ କରି ପାରିବ ନାହିଁ ପ୍ରକୃତି

କରୋନା ଭାଇରସ୍‌ର ଜିନୋମରେ ଏଚଆଇଭିର ଜେନେଟିକ ସିକ୍ଵେନ୍ସକୁ ମିଶ୍ରଣ କରିବା କୌଣସି ଲ୍ୟାବରେ କରାଯାଇପାରେ  ଏବଂ ଏଥିପାଇଁ ମଲିକ୍ୟୁଲର ଟୁଲ୍ସର ଆବଶ୍ୟକତା ହୋଇଥାଏ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରକୃତିରେ କୌଣସି ପ୍ରକାରର ଉପାଦାନ ସହ ଗଡବଡ କଲେ ସେଥିରୁ ଭୟଙ୍କର ପରିଣାମ ହିଁ ବାହାରେ। କୌଣସି ପ୍ରକାରର ଅପ୍ରାକୃତିକ ପରିବର୍ତ୍ତନକକୁ ପ୍ରକୃତି କେବେ ବି ଗ୍ରହଣ କରେ ନାହିଁ। ଯଦି କୌଣସି ଭ୍ୟାକସିନ୍ ବାହାର ହୋଇନପାରେ ତେବେ ପ୍ରକୃତି ଏହାକୁ ଶେଷ କରି ଦେବ। ସେ ଆଶା କରିଛନ୍ତି ଯେ, ସ୍ଥିତିରେ ସୁଧାର ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.