ମେଡିସିନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା : ୩ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍

Published By : Prameya-News7 Bureau | October 07, 2019 IST

ଷ୍ଟକହୋମ୍ ୭/୧୦: ସ୍ବିଡେନର ରାଜଧାନୀ ଷ୍ଟକହୋମରେ ୨୦୧୯ ପାଇଁ ନୋବେଲ୍ ପୁରସ୍କାରର ଘୋଷଣା ଆରମ୍ଭ ହୋଇଯାଇଛି। ଆଜି ଚିକିତ୍ସା କ୍ଷେତ୍ରରେ ପୁରସ୍କାର ବିଜେତାଙ୍କ ଘୋଷଣା ହୋଇଛି। ଆମେରିକାର ଓ୍ବିଲିୟମ୍ ଜି. କେଲିନ୍ ଜୁନିୟର,ବ୍ରିଟେନର ସର ପିଟର ଜେ.ରୈଟକ୍ଲିଫ ଏବଂ ଆମେରିକାର ଗ୍ରେଗ୍ ଏଲ ସେମେଞ୍ଜାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ।

ଏହା ପରେ ଅକ୍ଟୋବର ୧୪ତାରିଖ ଯାଏଁ ୬ଟି କ୍ଷେତ୍ରରେ ବିଜେତାଙ୍କ ନାଁ ଘୋଷିତ କରାଯିବ। ସ୍ବିଡିଶ ଏକାଡେମୀ ୨୦୧୮ ଏବଂ ୨୦୧୯ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରିବ। ଗତ ବର୍ଷ ଯୌନ ନିର୍ଯ୍ୟାତନା ମାମଲା ଯୋଗୁଁ ୨୦୧୮ମସିହାର ସାହିତ୍ୟ କ୍ଷେତ୍ରରେ ନୋବେଲ୍ ଘୋଷଣାକୁ ଏହି ଏକାଡେମୀ ସ୍ଥଗିତ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.