ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ବ୍ରିଟିଶ ଔପନାସିକା ଏବଂ ସାହିତ୍ୟରେ ନୋବେଲ ବିଜୟୀ ସାର ଭି.ଏସ.ନଇପଲଙ୍କ ପରଲୋକ

12/08/2018 at 6:17 AM

ବ୍ରିଟିଶ ଔପନାସିକା ଏବଂ ସାହିତ୍ୟରେ ନୋବେଲ ବିଜୟୀ ସାର ଭି.ଏସ.ନଇପଲଙ୍କ ପରଲୋକ ହୋଇଛି | ୮୫ ବର୍ଷ ବୟସରେ ଆଜି ଏହି ଭାରତୀୟ ବଂଶୋଦ୍ଭବ ଲେଖକଙ୍କର ଦେହାନ୍ତ ହୋଇଛି | ଲଣ୍ଡନ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାର ତରଫରୁ ସୂଚନା ମିଳିଛି | ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଜନ୍ମ ହୋଇଥିଲେ | ସେ ସ୍କଲାରସିପ ପାଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଅଧ୍ୟୟନ କରିଥିଲେ | ୨୦୦୧ ମସିହାରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା | ନଇପଲଙ୍କ ପୁରା ନାଁ ଥିଲା ବିଦ୍ୟାଧର ସୁରଜ ପ୍ରସାଦ ନଇପଲ |

   Related Posts