ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ନୋବେଲ ବିଜେତା ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀଙ୍କ ଉଦବେଗ, ଜାଣନ୍ତୁ କହିଛନ୍ତି କ’ଣ ?

Published By : Prameya-News7 Bureau | December 05, 2021 IST

ଅହମ୍ମଦାବାଦ ୫।୧୨:  ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ନୋବେଲ ବିଜେତା ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥା ଏବେ ୨୦୧୯ ସ୍ତରରୁ ବି ତଳକୁ ଖସିଯାଇଛି। ଲୋକେ ଆଜି ବି ଆର୍ଥିକ ଭାବେ କଠିନ ସମୟ ଦେଇ ଗତି କରୁଛନ୍ତି। ହେଲେ ଏଥିଲାଗି ସେ କାହାରିକୁ ଦୋଷୀ କରୁନଥିବା ଓ କେବଳ ନିଜ କଥା କହୁଥିବା  କହିଛନ୍ତି। ଅହମ୍ମଦାବାଦ ୟୁନିଭର୍ସିଟିର ଏକାଦଶତମ ଦୀକ୍ଷାନ୍ତ ସମାରୋହକୁ ଭର୍ଚୁଆଲ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଆର୍ଥିକ ଭାବେ ଭାରତରେ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଲୋକଙ୍କ ଛୋଟ ଛୋଟ ଆଶା ଏବେ ଆହୁରି ଛୋଟ ହୋଇଗଲାଣି।  ଆର୍ଥିକ ଅବସ୍ଥା ୨୦୧୯ ସ୍ତରରୁ ତଳକୁ ଆସିଛି, ତେବେ କେତେ ଆସିଛି ଆମେବି ଜାଣେନା ବୋଲି ସେ କହିଛନ୍ତି। ହେଲେ ଏତିକି କୁହାଯାଇପାରେ ଯେ ଏହା ଅନେକ ତଳକୁ  ଖସିଯାଇଛି। ଏଥିପାଇଁ ଆମେ କାହା ଉପରେ ଦୋଷାରୋପଣ କରିପାରିବାନି ବୋଲି ସେ କହିଛନ୍ତି।

{"id":554695,"sizeSlug":"full","linkDestination":"none"}

ତେବେ ଛାତ୍ରଛାତ୍ରୀଙ୍କୁ ବାନାର୍ଜୀ ଦେଶର ଆର୍ଥିକ ସଂକଟ ଏବେବି ପୂର୍ବ ଭଳି ରହିଥିବା କହିଛନ୍ତି। ହେଲେ ଆପଣମାନେ ଏପରି ଏକ ସ୍ଥାନରେ ଅଛନ୍ତି ଯେଉଁଠି ଚାହିଁଲେ ଦେଶକୁ କିଛି ଦେଇପାରିବେ। ସମାଜକୁ ମଧ୍ୟ ଏବେ ଏହାର ଜରୁରି ଆବଶ୍ୟକତା ଥିବା ସେ କହିଛନ୍ତି। କାରଣ ଲୋକଙ୍କୁ ସବୁ ଆଶା ଏବେ ଭାଙ୍ଗି ସାରିଲାଣି। ଏଣୁ ଛାତ୍ରଛାତ୍ରୀ ସେମାନଙ୍କ କ୍ୟାରିୟର ବାଛିବା ବେଳେ ପରିବାର ଅଥବା ସମାଜର ଚାପରେ ନ ପଡିବାକୁ  ବାନାର୍ଜୀ ପରାମର୍ଶ ଦେଇଛନ୍ତି। 

ନୋବେଲ ଫାଉଣ୍ଡେସନ ୨୦୧୯ ମସିହାରେ ଅର୍ଥଶାସ୍ତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି। ବାନାର୍ଜୀ ତାଙ୍କ ପତ୍ନୀ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମରଙ୍କ  ମିଳିତ ଗବେଷଣା ‘ଇଫୋର୍ଟ ଟୁ ଏଣ୍ଡ ଗ୍ଲୋବାଲ ପଭର୍ଟି’ ଲାଗି ମିଳିତ ନୋବେଲ ବିଜେତା ହୋଇଥିଲେ। ତେବେ ଏହାର ୧୦ ବର୍ଷ ପୂର୍ବରୁ ଅଭିଜିତ ବାନାର୍ଜୀ ତାଙ୍କ ରଚିତ ପୁସ୍ତକ ’ପୁଅର ଇକୋନିମକ୍ସ: ଏ ରେଡିକଲ ରି ଥିଙ୍କିଙ୍ଗ ଅଫ ଦି ୱେ ଟୁ ଫାଇଟ ଗ୍ଲୋବାଲ ପଭର୍ଟି’ ଲାଗି ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିସାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.