Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଜିରୋ ନାଇଟ୍ ସେଲିବ୍ରେସନ ଉପରେ ରୋକ୍, ଆଜି ରାତି ୧୦ରୁ ନାଇଟ୍ କର୍ଫ୍ୟୁ

31/12/2020 at 7:52 PM

ଭୁବନେଶ୍ୱର ୩୧୧୨:   ଜିରୋ ନାଇଟ୍ ସେଲିବ୍ରେସନରେ ଲାଗିଲା ରୋକ। ସବୁ ଫିକା ପଡିଲା ପ୍ରସ୍ତୁତି। ଆଜି ରାତିରେ ସରକାର ଲାଗୁ କଲେ ନାଇଟ କର୍ପ୍ୟୁ। ସାରା ରାଜ୍ୟରେ ରାତି ୧୦ଟାରୁ ନାଇଟ କର୍ପ୍ୟୁ  ଲାଗୁ ହୋଇଥିବା ବେଳେ  କଟକ ଭୁବନେଶ୍ବରରେ ରାତି ୯ଟାରୁ ଲାଗୁ ୧୪୪ ଧାରା।  ଏପଟେ ବିଏମସି ପକ୍ଷରୁ ମଧ୍ୟ  ପର୍ଯ୍ୟଟନସ୍ଥଳୀରେ ଭିଡ କମାଇବା ପାଇଁ ମାଇକରେ ପ୍ରଚାର ସହିତ ପ୍ରତି ଜୋନରେ ପାଇଁ ଦୁଇଟି ସ୍କ୍ବାର୍ଡ ଗଠନ  କରାଯାଇଛି।

ଜିରୋ ନାଇଟ ଉପରେ ଟାଇଟ ନଜର। ବାହାରେ  ଜିରୋ ସେଲିବ୍ରେସନ। ଯଦି ଆପଣ ବାହାରେ ଜିରୋ ନାଇଟ ସେଲିବ୍ରେସ ପ୍ଲାନ କରୁଛନ୍ତି । ତାହାଲେ ଘରେ ରୁହନ୍ତୁ। । ନହେଲେ ପୋଲିସ ହାବୁଡରେ ପଡି​ ହଇରାଣ ହୋଇପାରନ୍ତି। କାରଣ ରାତିରେ ଲାଗୁଛି ​ ନାଇଟ କର୍ପ୍ୟୁ। ରାତି ୧୦ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ ନାଇଟ କର୍ପ୍ୟୁ  ଲାଗୁ ନେଇ ଘୋଷଣା କରିଛନ୍ତି ରାଜ୍ ସରକାର । କେବଳ ଆତ୍ୟାବଶ୍ୟକୀୟ ସେବା ଓ ପରିବହନକୁ ଅନୁମତି ଦିଆଯିବ। ନୂଆ ବର୍ଷ ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କାରଣ ବର୍ତମାନ ସୁଦ୍ଧା କରୋନା ପୁରାପୁରି ଯାଇନାହିଁ। ଜିରୋନାଇଟ ସେଲିବ୍ରେସନରେ ଲୋକେ ଏକାଠି ହେଲେ କରୋନା ବ୍ୟାପିବାର ଆଶାଙ୍କା ରହିଛି। ଯାହାକୁ ଆଖି ଆଗରେ ସରକାର ଏପରି ନିଷ୍ପତି ନେଇଛନ୍ତି ।

ଏପଟେ ରାଜ୍ୟ ସରକାରଙ୍କ ଏପରି ଘୋଷଣା ପରେ କମିଶନରେଟ ପୋଲିସ କଟକ – ଭୁବନେଶ୍ବରର ପାଇଁ ସ୍ବତନ୍ତ୍ର ନିୟମ ଘୋଷଣା କରିଛି। ଭୁବନେଶ୍ବର – କଟକରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ୧୪୪ ଧାରା  ଜାରି କରିଛନ୍ତି। କୌଣସି ଆପାର୍ଟମେଣ୍ଟରେ ଏକାଠି ହୋଇ ଭୋଜି କିମ୍ବା ସେଲିବ୍ରେସନ କରିପାରିବେ ପାହିଁ।  ଏ ନେଇ କଟକ ଭୁବନେଶ୍ବରରେ ରାତି ୯ଟାରୁ ଚେକିଂ ଆରମ୍ଭ କରିଦେବ କମିଶନରେଟ ପୋଲିସ। ନେଇଛନ୍ତିା ସାରା ରାଜ୍ୟରେ ୧୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ବିଶେଷ କରି କଟକ-ପୁରୀ- ଭୁବନେଶ୍ବରରେ ଅଧିକ ଭିଡ଼ ହେବା ଆଶଙ୍କାରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

ଦିଲ୍ଲୀ ଓ ମୁମ୍ବାଇରେ ନାଇଟ୍ କର୍ଫ୍ୟୁ । ଆଜି ଓ କାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ରାତି ୧୧ରୁ ସକାଳ ୬ଟା ଯାଏଁ ଏହି କଟକଣା ରହିବ। ସର୍ବସାଧାରଣ ସ୍ଥାନରେ ଗହଳି କରିପାରିବେନି । ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ମୁମ୍ବଇରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି ହୋଇଛି। ଦେଶର ପ୍ରମୁଖ ସହର ଚେନ୍ନାଇ, ବେଙ୍ଗଳୁରୁ, କୋଲକାତାରେ ମଧ୍ୟ କଟକଣା ଲଗାଯାଇଛି ।

ଜିରୋ ନାଇଟ ସେଲିବ୍ରେସନ ଉପରେ କଡ଼ା ନଜର ରହିବ। ସେହିପରି ଆସନ୍ତାକାଲି ନୂଆବର୍ଷରେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ ହେବାର ସମ୍ଭାବନା ରହିଛି। ତେଣୁ ସେଥିପାଇଁ ଲୋକଙ୍କୁ ସଚେତନ କରାଯିବ।

   Related Posts