ଶ୍ରୀମନ୍ଦିର ଭିତରକୁ ଯାଇପାରୁନି ହୁଇଲ ଚେୟାର, ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ

Published By : Prameya-News7 Bureau | December 07, 2021 IST

ପୁରୀ ୦୭/୧୨: ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ଛୁଟି ଆସୁଛନ୍ତି ହଜାର ହଜାର ଭକ୍ତ । ତେବେ ଦୁଃଖ ଓ ପରିତାପର ବିଷୟ ହେଉଛି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତ ।

ଶ୍ରୀମନ୍ଦିର ଭିତରକୁ ହୁଇଲ ଚେୟାର ନେବା ପାଇଁ ପୂର୍ବରୁ ଉତ୍ତର ଦ୍ଵାରରେ ରାମ୍ପର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଏବେ ଏହା ଅଚଳ ଅବସ୍ଥାରେ ରହିଛି । ଦେଶର ବିଭିନ୍ନ ବଡ ବଡ ମନ୍ଦିରରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ସୁବିଧା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେବାୟତ ଓ ଭକ୍ତ ଦାବି କରିଛନ୍ତି । 

wp:gallery {"ids":[555747],"linkTo":"none"} /wp:gallery

ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ବିଶେଷ ବ୍ୟବସ୍ଥା ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଭକ୍ତ ଓ ବରିଷ୍ଠ ସେବାୟତ । ତେଣୁ ତୁରନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ଉତ୍ତର ଦ୍ଵାରରେ ଥିବା ରାମ୍ପକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି ଉଠିଛି । ସେପଟେ ବିଭିନ୍ନ ସେବାୟତ ନିଯୋଗ ସହ ବିଧିବଦ୍ଧ ଆଲୋଚନା ପରେ ଏହି ବ୍ୟବସ୍ଥାର କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.