Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ୱକପ ବେଳେ ଖେଳାଳୀଙ୍କ ସହ ରହିପାରିବେ ପତ୍ନୀ : ବିସିସିଆଇ ଜାରି କଲେ ନିୟମ

ନୂଆଦିଲ୍ଲୀ ୧୯/୪ : ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ କ୍ରିକେଟ ପାଇଁ ବିସିସିଆଇ ନିୟମ ଜାରି କରିଛନ୍ତି | ଖେଳାଳୀଙ୍କ ‘WAGS (wives and girlfriends) ନୀତିକୁ ବିସିସିଆଇ ଅନ୍ତିମ ରୂପ ଦେଇଛନ୍ତି | ବିସିସିଆଇ ନିୟମ ଅନୁଯାୟୀ, ଖେଳାଳୀଙ୍କ ପରିବାରର କୌଣସି ଘନିଷ୍ଠ ବ୍ୟକ୍ତି କିମ୍ବା ପତ୍ନୀ ବିଶ୍ୱକପ ଆୟୋଜନ ବେଳେ ଖେଳାଳୀଙ୍କ ସହ ୧୫ ଦିନରୁ ଅଧିକ ଦିନ ରହିପାରିବେ ନାହିଁ |


ଇଣ୍ଡିଆ ଟୁଡ଼େ ସୂଚନା ଅନୁଯାୟୀ, ଟିମ ଇଣ୍ଡିଆ ବ୍ରିଟେନ ଗସ୍ତ ପରେ ପ୍ରଥମ ୨୦ ଦିନ ଖେଳାଳୀଙ୍କୁ ନିଜ ‘WAGS (wives and girlfriends) ଙ୍କ ସହଯୋଗ ମିଳିବନାହିଁ | ଅର୍ଥାତ ପ୍ରଥମ ୨୦ ଦିନ ପର୍ଯ୍ୟନ୍ତ ଖେଳାଳୀଙ୍କୁ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ଠାରୁ ଦୁରେଇ ରହିବାକୁ ପଡିବ | କିନ୍ତୁ ପରେ ଟୁର୍ନାମେଣ୍ଟ ସମୟରେ ଯଥା ସମ୍ଭବ ୧୫ ଦିନ ପାଇଁ ପରିବାର ସଦସ୍ୟ ଖେଳାଳୀଙ୍କ ସହ ରହିପାରିବେ |


ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱକପ ବେଳେ ନିଜ ପରିବାର ସଦସ୍ୟ କିମ୍ବା ପତ୍ନୀଙ୍କୁ ନିଜ ସହିତ ରଖିବା ପାଇଁ ବିସିସିଆଇଙ୍କୁ ଅନୁମତି ମାଗିଥିଲେ | କିନ୍ତୁ ବିସିସିଆଇଙ୍କ ନିର୍ଧାରିତ ନୀତି ବିରାଟଙ୍କୁ ମଧ୍ୟ ଗ୍ରହଣ କରିବାକୁ ହେବ | ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଟିମର ଶୀର୍ଷ ପ୍ରବନ୍ଧନ ୧୫ ଦିନର ଏହି ନୀତି ବିଷୟରେ ଚର୍ଚ୍ଚା କରିଛନ୍ତି | ଭାରତୀୟ ଟିମ ମେ ୨୨ ତାରିଖରେ ବ୍ରିଟେନ ଗସ୍ତରେ ଯିବ |


ତେବେ ଖେଳାଳୀଙ୍କ ପରିବାର ସଦସ୍ୟ ଅର୍ଥାତ WAGS ଟିମ ବସରେ ଯିବେ ନାହିଁ | ସେମାନେ ଅଲଗା ବସ କିମ୍ବା ଇଛାନୁସାରେ ଅଲଗା ଗାଡିରେ ଯାତ୍ରା କରିବେ | କାରଣ ସମସ୍ତ ଖେଳାଳୀ ଏକସଙ୍ଗେ ଗୋଟିଏ ବସରେ ଯାତ୍ରା କରିବେ | ଗତଥର ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଖେଳାଳୀମାନେ ନିଜ ପତ୍ନୀ ଏବଂ ପ୍ରେମିକାଙ୍କ ସହ ଟିମ ବସରେ ଯାତ୍ରା କରିଥିଲେ |


ସୂଚନାଯୋଗ୍ୟ ଯେ, ବିଶ୍ୱକପ କ୍ରିକେଟ ପାଇଁ ମନୋନୀତ ହୋଇଥିବା ଅଧାରୁ ଅଧିକ ଖେଳାଳୀ ବିବାହିତ | ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଖେଳାଳୀଙ୍କ ପ୍ରଦର୍ଶନକୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥାଏ | ବିରାଟ ଏବଂ ଅନୁଷ୍କାଙ୍କ ବିବାହ ପରେ ବିରାଟ ଅନୁଷ୍କାଙ୍କୁ ନିଜ ସହିତ ନେଇଯାଇଥାନ୍ତି | ତାଙ୍କ କହିବାନୁଯାୟୀ, ଅନୁଷ୍କା ପଡିଆରେ ଉପସ୍ଥିତ ରହିଲେ ବିରାଟଙ୍କ ପାଇଁ ଶୁଭ ହୋଇଥାଏ |

801 Views

   ସମ୍ବନ୍ଧିତ ଖବର